ଅପରାଧନ୍ୟୁଜ୍ରାଜ୍ୟ

ରାଜ୍ୟ ରେ ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା

ସତ୍ୟଶିଖା (ଭୁବନେଶ୍ୱର) ୫/୧୧/୨୦୨୦ : ଭୁବନେଶ୍ୱରରେ ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ପକ୍ଷ ରଖିଲେ ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡା । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ନିକଟରେ ପକ୍ଷ ରହିଛନ୍ତି ଜଗି ପଣ୍ଡା । ମାମଲା ନାକଚ କରିବାକୁ ଆବେଦନ କରିଥିବା ଜଣାପଡିଛି ।ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଓଟିଭି ଏମ୍‌ଡିଙ୍କୁ ହାଜର ହେବାକୁ ନୋଟିସ କରିଥିଲେ ମହିଳା କମିଶନ । ପ୍ରଥମ ଥର ସେ ମହଳା କମିଶନଙ୍କ କାର୍ଯ୍ୟାଳୟକୁ ଆସିଥିଲେ ମଧ୍ୟ କାମ ଥିବା ଆଳ ଦେଖାଇ ହାଜର ହୋଇନଥିଲ । ପରେ ପୁଣି କମିଶନଙ୍କ ପକ୍ଷରୁ ତାଙ୍କୁ ନୋଟିସ କରାଯାଇଥିଲା । ମାତ୍ର ବ୍ୟକ୍ତିଗତ ଭାବେ ହାଜର ହେବା ପରିବର୍ତ୍ତେ ପ୍ରତିନିଧିଙ୍କ ଜରିଆରେ ମାମଲାରୁ ନିଜ ନାମକୁ ବାଦ୍ ଦେବାକୁ କମିଶନଙ୍କୁ ଜଗି ପଣ୍ଡା ନିବେଦନ କରିଥିଲେ । ତାଙ୍କ ଆବେଦନ ଖାରଜ କରିଥିଲେ ମହିଳା କମିଶନ । ଏବେ ପୁଣି ଶିଶୁ ଅଧିକାର କମିଶନଙ୍କ ନିକଟରେ ମାମଲା ଖାରଜ ପାଇଁ ଆବେଦନ କରିଛନ୍ତି ।ଅନ୍ୟପଟେ ଭୁବନେଶ୍ବର ଡିସିପି ତଦନ୍ତ ରିପୋର୍ଟ ଆୟୋଗଙ୍କୁ ଦେଇସାରିଛନ୍ତି । କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଥିବାରୁ କ୍ରାଇମବ୍ରାଞ୍ଚକୁ ସମସ୍ତ ତଥ୍ୟ ଦିଆଯାଇଛି ।

Show More
Back to top button