

ସତ୍ୟଶିଖା(ନୂଆଦିଲ୍ଲୀ ) ୨୧.୦୧.୨୦୨୨ : ଅଷ୍ଟ୍ରେଲିଆରେ ଚଳିତ ବର୍ଷ ଆୟୋଜନ ହେବାକୁ ଥିବା ଟି-୨୦ ବିଶ୍ବକପ୍-୨୦୨୨ର କ୍ରୀଡ଼ାସୂଚୀ ଜାରି ହୋଇଛି। ଅଷ୍ଟ୍ରେଲିଆ ବର୍ତ୍ତମାନ ପରିପ୍ରେକ୍ଷୀରେ ଟି-୨୦ ବିଶ୍ବକପ୍ରେ ଚମ୍ପିଅନ୍ ଅଛି। ଏଭଳି ସ୍ଥିତିରେ ଅଷ୍ଟ୍ରେଲିଆରେ ଆଗାମୀ ଟି-୨୦ ବିଶ୍ବକପ୍ର ଆୟୋଜନ ହେବାକୁ ଯାଉଛି। ବିଶ୍ବର ଏହି ଗୁରୁତ୍ବପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଭାରତ-ପାକିସ୍ତାନ ପୁଣି ଥରେ ମୁହାଁମୁହିଁ ହେବାକୁ ଯାଉଛନ୍ତି।
ଆଇସିସି ଦ୍ବାରା ଶୁକ୍ରବାର ସକାଳୁ ନୂଆ କ୍ରୀଡ଼ାସୂଚୀ ଜାରି କରାଯାଇଛି। ଟି-୨୦ ବିଶ୍ବକପ୍ର ଆରମ୍ଭ ଅକ୍ଟୋବର ୧୬ରୁ ହେବ। ଅକ୍ଟୋବର ୨୨ ତାରିଖ ଠାରୁ ସୁପର-୧୨ ରାଉଣ୍ଡ ଖେଳାଯିବ, ଯେଉଁଥିରେ କି ଅଷ୍ଟ୍ରେଲିଆକୁ ନ୍ୟୁଜିଲାଣ୍ଡ ମୁକାବିଲା କରିବ। ଅକ୍ଟୋବର ୨୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ।
ଟି-୨୦ ବିଶ୍ବକପ୍ ୨୦୨୨ରେ ଭାରତର ମ୍ୟାଚ୍
-ଭାରତ ବନାମ ପାକିସ୍ତାନ, ଅକ୍ଟୋବର ୨୩ (ମେଲବର୍ଣ୍ଣ)
-ଭାରତ ବନାମ ଗୃପ-୧ ରନର୍-ଅପ୍, ଅକ୍ଟୋବର ୨୭ (ସିଡ୍ନୀ)
-ଭାରତ ବନାମ ଦକ୍ଷିଣ ଆଫ୍ରିକା, ଅକ୍ଟୋବର ୩୦ (ପର୍ଥ)
-ଭାରତ ବନାମ ବାଂଲାଦେଶ, ନଭେମ୍ବର ୨ (ଆଡିଲେଡ)
-ଭାରତ ବନାମ ଗୃପ-ବି ବିଜେତା, ନଭେମ୍ବର ୬ (ମେଲବର୍ଣ୍ଣ)
ଗୃପ-୧: ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ
ଗୃପ-୨: ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ