ସତ୍ୟଶିଖା ୦୩/୧୨/୨୦୨୦ : ବ୍ରିଟେନ ପ୍ରଥମ ରାଷ୍ଟ୍ର ଭାବେ ଫାଇଜର ଓ ବାୟୋଟେକର କୋଭିଡ ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଇଛି । ଆଉ କୋଭିଡ ସହ ମୁକାବିଲା କରି ମାନବ ସମାଜକୁ ସୁରକ୍ଷା ଯୋଗାଇ ଦେବାର ଔଷଧ ଏବେ ମିଳିପାରିଛି । ବିଶ୍ୱର ବିଭିନ୍ନ ରାଷ୍ଟ୍ର ଫାଇଜର ଟିକା ପାଇବା ପାଇଁ ଆଗୁଆ ବରାଦ ଦେଇ ସାରିଛନ୍ତି । ଏପରି ସମୟରେ ଫାଇଜର, ଟିକା ଯୋଗାଣ ପାଇଁ ଭାରତ ସରକାରଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଛି । ଏହି ସୂଚନା ଦେଇଛନ୍ତି ଫାଇଜର କଂପାନୀର ମୁଖପାତ୍ର ରୋମା ନାୟର ।
ଭାରତକୁ ଶୀଘ୍ର ମିଳିପାରେ pfizer ଟିକା
