ହର୍ଡ ଇମ୍ୟୁନିଟି ଠାରୁ ବହୁ ଦୂରରେ ଭାରତ l

ସତ୍ୟଶିକ୍ଷା ୨୮.୦୯.୨୦୨୦ : ଦେଶରେ ଦିନକୁ ଦିନ ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଏହି ମାରାତ୍ମକ ଭୂତାଣୁକୁ ନେଇ ଚିନ୍ତା ବଢି ଯାଇଛି । ଏହି ସଂକ୍ରମଣକୁ ରୋକିବା ପାଇଁ ବିଶ୍ୱର ବହୁ ଦେଶ ନିଜ ନିଜ ଉଦ୍ୟମ ଜାରି ରଖିଛନ୍ତି । କିନ୍ତୁ ଏବେ ବି ଏହା ଅଦମନୀୟ ହୋଇ ରହିଛି । ହେଲେ ଭାରତ ପାଇଁ ଏହା କେବଳ ଗୋଟିଏ ଆଶ୍ୱସ୍ତର କଥା ଯେ, ଦେଶର ସୁସ୍ଥତା ହାର ୮୦ ପ୍ରତିଶତରୁ ଅଧିକ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ସାପ୍ତାହିକ ରବିବାର ସମ୍ବାଦ କାର୍ଯ୍ୟକ୍ରମରେ ଦେଇଥିବା ଏକ ବୟାନ ଏବେ ଚର୍ଚ୍ଚାରେ । ଭାରତର ଜନସଂଖ୍ୟା ଅନୁସାରେ ଦେଶ ଏବେ ବି ହର୍ଡ ଇମ୍ୟୁନିଟି ଠାରୁ ବହୁତ ଦୂରରେ ।

“ଦ୍ୱିତୀୟ ସେରୋ ସର୍ଭେରେ ଦେଶରେ ମୋଟ ସଂକ୍ରମଣ ହାର ଲୋକସଂଖ୍ୟା ତୁଳନାରେ ନଗଣ୍ୟ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଲେ କେବଳ ଶ୍ୱାସତନ୍ତ୍ର ନୁହେଁ ଶରୀରର ବିଭିନ୍ନ ଅଙ୍ଗକୁ କରୁଛି ପ୍ରଭାବିତସତର୍କ ରହିବାକୁ ଦେଲେ ପରାମର୍ଶ”

ସେ କହିଛନ୍ତି ଆଇସିଏମଆର କରିଥିବା ଦ୍ୱିତୀୟ ସେରୋ ସର୍ଭେ ଅନୁସାରେ ସଂକ୍ରମଣ ହାର ବେଶ୍ କମ୍ । ପ୍ରଥମ ସେରୋ ସର୍ଭେ ଅନୁସାରେ ଏହି ପରିମାଣ ମାତ୍ର (୦ ଦଶମିକ ୭୩ ପ୍ରତିଶତ) । ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କୌଣସି ବ୍ୟକ୍ତି ହାଲୁକା ମନୋଭାବ ଗ୍ରହଣ ନକରିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ । ସେ କହିଛନ୍ତି ଏହି ଭୂତାଣୁ ସଂକ୍ରମଣ ଶରୀରର ବିଭିନ୍ନ ଅଙ୍ଗକୁ ମଧ୍ୟ ପ୍ରଭାବିତ କରୁଛି । ତେଣୁ ସମସ୍ତେ ସତର୍କ ରହିବା ଜରୁରୀ ବୋଲି ହର୍ଷ ବର୍ଦ୍ଧନ କହିଛନ୍ତି । ସୋସିଆଲ ମିଡିଆରେ କେନ୍ଦ୍ର ମନ୍ତ୍ରୀ ହର୍ଷ ବର୍ଦ୍ଧନ ପ୍ରତି ରବିବାର ଲୋକଙ୍କ ପ୍ରଶ୍ନର ଉତର ଦେଇଥାନ୍ତି ।

Exit mobile version