ନ୍ୟୁଜ୍

ଭାରତ ଗୋଟିଏ ଦିନରେ କ୍ରମାଗତ ୨ଟି ସର୍ଟ ରେଞ୍ଜ ବାଲାଷ୍ଟିକ୍‌ ମିଶାଇଲ(ଏସ୍‌ଆରବିଏମ) କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି ।

ସତ୍ୟଶିଖା ୧୮/୦୭/୨୦୨୫:ଚାନ୍ଦିପୁର ଆଇଟିଆର ଅଧୀନରେ ଥିବା ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମରାର ଅବଦୁଲ କଲାମ ଦୀପରୁ ଅଗ୍ନୀ-୧ ଓ ଚାନ୍ଦିପୁରୁ ଆଇଟିଆରରୁ ପୃଥ୍ୱୀ-୨ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିଲା । ଏହି ବିରଳ ସଫଳତା ସହ ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆଉ ଏକ ସଫଳତାର ଶିଡ଼ି ଚଢ଼ିଛି । ତଥ୍ୟ ମୁତାବକ, ସନ୍ଧ୍ୟା ୬ଟା ୬ ମିନିଟ୍‌ରେ କଲାମ ଦୀପର ୪ ନଂ ଲଞ୍ଚ ପ୍ୟାଡ୍‌ରୁ ଅଗ୍ନୀ-୧ କ୍ଷେପଣାସ୍ତ୍ରର ପରୀକ୍ଷଣ  କରାଯାଇଥିଲା । ଏହାର ପାଖାପାଖି ଅଢ଼େଇ ଘଣ୍ଟା ଅର୍ଥାତ ରାତି ୮.୩୫ ମିନିଟ୍‌ରେ ଚାନ୍ଦିପୁର ଆଇଟିଆରର ୩ ନଂ ଲଞ୍ଚ ପ୍ୟାଡ୍‌ରୁ ପୃଥ୍ୱୀ-୨କ୍ଷେପଣାସ୍ତ୍ରର ସଫଳତାର ସହ ପରୀକ୍ଷଣ କରାଯାଇଥିଲା ।

ସ୍ୱଳ୍ପ ଦୂରଗାମୀ ଏହି ଉଭୟ କ୍ଷେପଣାସ୍ତ୍ର  ପରୀକ୍ଷଣ ବେଳେ ସମସ୍ତ ପରୀକ୍ଷଣ ଦିଗକୁ ସଫଳତାର ସହ  ସମାପନ କରିଥିଲା । ଷ୍ଟାଟେର୍ଜିକ ଫୋର୍ସ କମାଣ୍ଡ(ଏସ୍‌ଏଫସି)  ଅଧୀନରେ ଏହି ପରୀକ୍ଷଣ କରାଯାଇଥିଲା ।  କ୍ଷେପଣାସ୍ତ୍ର ପୃଥ୍ୱୀ-୨ର ପ୍ରାଥମିକ ବ୍ୟବହାର ସାଧାରଣତଃ ଭାରତୀୟ ବାୟୁ ସେନାରେ କରାଯାଏ । ଏହା ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ।  ଏହା ଭୂପୃଷ୍ଠରୁ ଭୂପୃଷ୍ଠ ମଧ୍ୟରେ ଶତ୍ରୁପକ୍ଷର କ୍ଷେପଣାସ୍ତ୍ରକୁ  ଆକ୍ରମଣ କରିପାରେ । ଏହାର ଲକ୍ଷ୍ୟ ଭେଦ କ୍ଷମତା ୩୫୦ କି.ମି ଥିବାବେଳେ ଏହା ୧ ଟନର ମାରକଦ୍ରବ୍ୟ  ବହନ କରିପାରିବ । ଏହି କ୍ଷେପଣାସ୍ତ୍ରଟି ନିର୍ଭୁଲ ଭାବେ ନିଜର ଟାର୍ଗେଟକୁ ଲକ୍ଷ୍ୟ ଭେଦ କରିବା କ୍ଷମତା ରଖିଛି । ସେହିଭଳି ମଧ୍ୟମ ଦୂରଗାମୀ ବିଶିଷ୍ଟ ଅଗ୍ନି-୧ ବାଲାଷ୍ଟିକ କ୍ଷେପଣାସ୍ତ୍ରର ଲକ୍ଷ୍ୟ ଭେଦ କ୍ଷମତା ୭୦୦ରୁ ୯୦୦ କି.ମି ରହିଛି ।  ଏକ ଇଞ୍ଜିନ ବିଶିଷ୍ଟ ଏହି କ୍ଷେପଣାସ୍ତ୍ରଟି ୧୦୦୦ କିଗ୍ରାର ଆଣବିକ  ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି । ଅଗ୍ନି-୧ର ଏହି ଉନ୍ନତ  ସଂସ୍କରଣ କ୍ଷେପଣାସ୍ତ୍ରଟି ନିର୍ଭୁଲ ଲକ୍ଷ୍ୟ ଭେଦ କ୍ଷମତା ରଖିଛି ।

୨୦୦୨ରେ ଏହା ପ୍ରଥମ ପରୀକ୍ଷଣ କରାଯାଇଥିଲା । ଭାରତୀୟ ବାୟୁସେନାରେ ଏହାକୁ ୨୦୦୭ରେ ବ୍ୟବହାର କରାଯାଇଥିଲା ।  ପରୀକ୍ଷଣ ବେଳେ ଡିଆରଡିଓର ଉଚ୍ଚପଦସ୍ଥ ଅଧିକାରୀ,  ବୈଜ୍ଞାନିକ, ବାୟୁ ସେନାର ଅଧିକାରୀ ଉପସ୍ଥିତ ଥିଲେ । ଏହି  ସଫଳତା ପାଇଁ ରକ୍ଷାମନ୍ତ୍ରୀ ରାଜନାଥ ସିଂ ଡିଆରଡିଓର ସମସ୍ତ  ଅଧିକାରୀ, ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Show More
Back to top button