

ସତ୍ୟଶିଖା(ନୂଆଦିଲ୍ଲୀ ) ୨୩.୦୮ .୨୦୨୧: ବୁଧବାର ଠାରୁ ଅନୁଷ୍ଠିତ ହେବ ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ କ୍ରିକେଟ ମ୍ୟାଚ । ଭାରତୀୟ ଦଳ ରବିବାର ଦିନ ଅଭ୍ୟାସ ଆରମ୍ଭ କରିଛନ୍ତି । ଟ୍ରେଣ୍ଟ ବ୍ରିଜରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ବିନା ଫଇସଲାରେ ସମାପ୍ତ ହୋଇଥିବା ବେଳେ ଲର୍ଡ୍ସରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟରେ ଭାରତ ବିଜୟ ଲାଭ କରି ୧-୦ରେ ସିରିଜ ଅଗ୍ରଣୀ ହୋଇଛି । ସ୍ଥାନୀୟ ହେଡିଙ୍ଗଲେ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ତୃତୀୟ ଟେଷ୍ଟରେ ଭାରତ ଦମଦାର ପ୍ରଦର୍ଶନ କରି ବିଜୟଧାରା ବଜାୟ ରଖିବାକୁ ପଡିବ ।ଭାରତୀୟ ଦଳ ଓପନର କେ ଏଲ ରାହୁଲ କହିଛନ୍ତି ଯେ ଦ୍ୱିତୀୟ ଟେଷ୍ଟ ପରି ତୃତୀୟ ଟେଷ୍ଟରେ ଯଦି ଇଂଲଣ୍ଡ ଦଳ ପୁଣି ଆମକୁ ଚିଡାଇବା ପାଇଁ ଚେଷ୍ଟା କରିବେ ,ତେବେ ଆମେ ମଧ୍ୟ ସଠିକ ଜବାବ ଦେବା ପାଇଁ ଦ୍ୱିଧା ପ୍ରକାଶ କରିବୁ ନାହିଁ ।