

ସତ୍ୟଶିଖା (ଅହମ୍ମଦାବାଦ )୦୪.୦୩.୨୦୨୧: ଆଜିଠୁ ଆରମ୍ଭ ହେବାକୁ ଯାଉଛି ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ । ଭାରତ ଏହି ଟେଷ୍ଟ ଜିତି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ଯିବାକୁ ଲକ୍ଷ୍ୟ ରଖିଥିବାବେଳେ ଇଂଲଣ୍ଡ ସମ୍ମାନ ବଞ୍ଚାଇବାକୁ ପ୍ରୟାସ କରିବ । ଫଳରେ ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦର୍ଶକ ଏକ ଭଲ ଲଢେଇ ଦେଖିବାକୁ ପାଇବେ ବୋଲି କୁହାଯାଉଛି । ଚତୁର୍ଥ ଟେଷ୍ଟକୁ ଭାରତ ଅତି ସହଜରେ ଜିତିଥିବାବେଳେ ପିଚ୍କୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । ଏହି ପିଚ୍ଟି ସ୍ପିନରଙ୍କୁ ସୁହାଉଥିବାରୁ ଉଭୟ ଦଳ ବ୍ୟାଟିଂ ଉପରେ ଫୋକସ କରୁଥିବା ଦେଖାଦେଇଛି । ଯାହାକୁ ନେଇ ଉଭୟ ଟିମ୍ ଜୋରଦାର ଅଭ୍ୟାସ କରିଛନ୍ତି । ଗତ ଟେଷ୍ଟଟି ଦିବାରାତ୍ର ହୋଇଥିବା ସହ ପିଙ୍କ ବଲରେ ଖେଳାଯାଇଥିବାବେଳେ ଚତୁର୍ଥ ଟେଷ୍ଟ ନାଲି ବଲରେ ଖେଳାଯିବ । ସକାଳ ୯ ଟା ୩୦ରେ ମ୍ୟାଚ୍ ଆରମ୍ଭ ହେବ । ସୂଚନାଥାଉକି, ୪ଟି ଟେଷ୍ଟ ବିଶିଷ୍ଟ ସିରିଜରେ ଭାରତ ୨–୧ରେ ଆଗୁଆ ଥିବାବେଳେ ଏହାକୁ ଜିତି ସିରିଜ୍ କବଜା ଲକ୍ଷ୍ୟରେ ରହିବ ।
ଭାରତୀୟ ସାମ୍ଭାବ୍ୟ ଦଳ: ରୋହିତ ଶର୍ମା, ଶୁଭମନ ଗିଲ, ଚେତେଶ୍ବର ପୂଜାରା, ବିରାଟ କୋହଲି(ଅଧିନାୟକ), ଆଜିଙ୍କ୍ୟ ରାହାଣେ, ରିଷଭ ପନ୍ତ, ରବିଚନ୍ଦ୍ରନ ଅଶ୍ବିନ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର ଓ ଉମେଶ ଯାଦବ
ଇଂଲଣ୍ଡ ସାମ୍ଭାବ୍ୟ ଦଳ:ଡୋମିନିକ ସିବିଲ, ଜ୍ୟାକ କ୍ରାୱଲି, ଜନି ବେୟାରଷ୍ଟୋ, ଜୋ’ ରୁଟ(ଅଧିନାୟକ), ବେନ ଷ୍ଟୋକ୍ସ, ଓଲି ପୋପ, ବେନ ଫୋକ୍ସ, ଡାମ ବେସ୍, ଜ୍ୟାକ ଲିଚ, ଜୋଫ୍ରା ଆର୍ଚର ଓ ଜେମସ ଆଣ୍ଡରସନ