ସତ୍ୟଶିଖା (ସିଡ୍ନୀ) ୨୭/୧୧/୨୦୨୦ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜିଠୁ ଆରମ୍ଭ ହେବ ଦିନିକିଆ ସିରିଜ୍ । ସିଡ୍ନୀରେ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯିବ । ଭାରତୀୟ ସମୟାନୁସାରେ ସକାଳ ୯ଟା ୧୦ ମିନିଟରୁ ମ୍ୟାଚ୍ ଖେଳାଯିବ । ଗତ କିଛି ମାସ ହେଲା କରୋନା ମହାମାରୀ ପାଇଁ ଭାରତୀୟ ଦଳ ଅନ୍ତର୍ଜାତୀୟ କ୍ରିକେଟଠୁ ଦୂରେଇ ରହିଥିଲା । ଦୀର୍ଘ ୮ ମାସ ପରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛି ଟିମ୍ ଇଣ୍ଡିଆ । କିନ୍ତୁ ଅଷ୍ଟ୍ରେଲିଆ ପୂର୍ବରୁ ଇଂଲଣ୍ଡ ବିପକ୍ଷରେ ସିରିଜ୍ ଖେଳି ସାରିଛି ।
ଭାରତୀୟ ଦଳ ଏହି ଗସ୍ତରେ ଏକ ପୂର୍ଣ୍ଣାଙ୍ଗ ସିରିଜ୍ ଖେଳିବ । ପ୍ରଥମେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଶେଷ ହେବାପରେ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଟି-ଟ୍ୱେଣ୍ଟି (୩ଟି ମ୍ୟାଚ୍) ଖେଳିବ । ଏହାପରେ ଡିସେମ୍ବର ୧୭ ତାରିଖରୁ ବର୍ଡ଼ର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ୍ ଆରମ୍ଭ ହେବ ।