

ସତ୍ୟଶିଖା (କଟକ) ୧୫/୦୧/୨୦୨୧ : ନକଲି ଖାଦ୍ୟ ସାମଗ୍ରୀ ତଥା ଅନ୍ୟାନ୍ୟ ଜିନିଷର ପ୍ରସ୍ତୁତିର ଆଡ୍ଡା ପାଲଟିଛି ରୂପେଲୀ ସହର କଟକ । ଗତ କିଛି ଦିନ ମଧ୍ୟରେ ନକଲି ତେଲ, ଘିଅ, ପନିର, ହଳଦୀ, ଲଙ୍କା ଗୁଣ୍ଡ , ପାନ ମସଲା ଜର୍ଦ୍ଦା ଆଦି ଜବତ କରାଯାଇଛି । ଶୁକ୍ରବାର କଟକରେ ପୁଣି ଏକ ନକଲି ଜର୍ଦ୍ଦା ଓ ପାନ ମସଲା କାରଖାନା ଠାବ ହୋଇଛି । ସଦର ଥାନା ସାସୋଳ ଗାଁରେ ଚଢାଉ କରି ପୁଲିସ ଠାବ କରିଛି । କାରଖାନାରୁ ବିପୁଳ ପରିମାଣରେ ନକଲି ଜର୍ଦ୍ଦା, କେମିକାଲ ଜବତ ହୋଇଛି । ଏହାସହ ବହୁ ନାମୀଦାମି କମ୍ପାନୀର ପ୍ୟାକିଂ ଓ ଲୋଗୋ ଜବତ କରାଯାଇଛି। ଚଢାଉ ଜାରି ରହିବା ସହ ତଦନ୍ତ ଜାରି ରହିଛି ।