ଦେଶରାଜନୀତିରାଜ୍ୟ

ଡିସେମ୍ବର ୨୫ରେ ଚାଷୀଙ୍କୁ ଉଦ୍‌ବୋଧନ ଦେବେ ପ୍ରଧାନମନ୍ତ୍ରୀ

ସତ୍ୟଶିଖା (ନୂଆଦିଲ୍ଲୀ) ୨୪ /୧୨/୨୦୨୦ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ଡିସେମ୍ବର ୨୫ରେ ପ୍ରଧାନମନ୍ତ୍ରୀ ଚାଷୀଙ୍କୁ ଭର୍ଚୁଆଲ ମାଧ୍ୟମରେ ଉଦ୍‌ବୋଧନ ଦେବେ । ଏହି ଉଦ୍‌ବୋଧନ ଜରିଆରେ ପ୍ରଧାନମନ୍ତ୍ରୀ କୃଷି ଆଇନ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଦୃଷ୍ଟିକୋଣ ସ୍ପଷ୍ଟ କରିବେ । ‘ପିଏମ୍‌ କିଷାନ୍‌’ ଯୋଜନାରେ ୯ କୋଟି ଚାଷୀଙ୍କ ଆକାଉଣ୍ଟକୁ ୧୮ ହଜାର କୋଟି ଟଙ୍କା ଯିବ । ଦେଶର ପ୍ରମୁଖ ୬ ରାଜ୍ୟର ପ୍ରତିନିଧି ଶ୍ରେଣୀୟ କୃଷକଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ ।କୃଷକମାନେ ସେମାନଙ୍କ ଅନୁଭୂତି କହିବେ ଏବଂ ସରକାରଙ୍କ ଉନ୍ନୟନମୂଳକ ଯୋଜନା ଦ୍ୱାରା ସେମାନେ କିଭଳି ଉପକୃତ ହେଉଛନ୍ତି ସେ ସମ୍ପର୍କରେ ତଥ୍ୟ ରଖିବେ । ଅପରପକ୍ଷେ, କୃଷି ଆଇନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ୧୦୦ ସାମ୍ବାଦିକ ସମ୍ମିଳନୀ ଏବଂ ୭୦୦ ବୈଠକ କରି‌ବାର ଯୋଜନା ରହିଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ଆଜି ସୁଦ୍ଧା ୨ କୋଟି ଚାଷୀ ପଂଜୀକରଣ କରାଇଛନ୍ତି ବୋଲି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି । ଡିସେମ୍ବର ୨୫ରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ କୃଷି ଆଇନ ସମ୍ପର୍କରେ କେତେ ମାତ୍ରାରେ ସଚେତନତା ସୃଷ୍ଟି କରିବ ତାହାକୁ ଅପେକ୍ଷା କରାଯାଇଛି । ଅନ୍ୟପକ୍ଷରେ ଚାଷୀମାନେ ଆଜି ମଧ୍ୟ ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।

Show More
Back to top button