ଖେଳଦେଶନ୍ୟୁଜ୍

IND Vs SL: ୧୦୦ତମ ଟେଷ୍ଟରେ ୮୦୦୦ ରନ ପୂରଣ କଲେ କୋହଲି

ସତ୍ୟଶିଖା( ମୋହାଲି )୦୪.୦୩.୨୦୨୨ : ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ କ୍ୟାରିୟରର ୧୦୦ତମ ଟେଷ୍ଟ ମ୍ୟାଚ୍ ଖେଳୁଛନ୍ତି ବିରାଟ କୋହଲି। ଏହି ସମୟରେ କୋହଲି ଟେଷ୍ଟ କ୍ରିକେଟରେ ୮୦୦୦ ରନ ପୂରଣ କରିଛନ୍ତି। ମୋହାଲି ଟେଷ୍ଟର ପ୍ରଥମ ଇନିଂସରେ ୩୮ ରନ କରିବା ମାତ୍ରେ କୋହଲି ଏହି ରେକର୍ଡ ନିଜ ନାମରେ କରିଛନ୍ତି। ଟେଷ୍ଟ କ୍ରିକେଟରେ ୮୦୦୦ ରନ କରିବାରେ କୋହଲି ଷଷ୍ଠ ଭାରତୀୟ ଖେଳାଳି। ଏହା ପୂର୍ବରୁ ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ, ସୁନିଲ ଗାଭାସ୍କର, ବୀରେନ୍ଦ୍ର ସେହ୍ଵାଗ ଓ ଭିଭିଏସ ଲକ୍ଷ୍ମଣ ଏହି ସଫଳତା ହାସଲ କରି ସାରିଛନ୍ତି।

ବିରାଟ କୋହଲି ଏହି ସଫଳତା ପର୍ଯ୍ୟନ୍ତ ପହଞ୍ଚିବାରେ ଦ୍ଵିତୀୟ ମନ୍ଥର ଭାରତୀୟ ବ୍ୟାଟସମ୍ୟାନ। କୋହଲି ୧୬୯ ଇନିଂସରେ ହିଁ ଟେଷ୍ଟ କ୍ରିକେଟରେ ୮୦୦୦ ରନ ପୂରଣ କରିଛନ୍ତି। ଭାରତୀୟ ବ୍ୟାଟସମ୍ୟାନ ଭାବେ ସବୁଠୁ ଦ୍ରୁତ ୮୦୦୦ ରନ ପୂରଣ କରିବାର ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି। ତେନ୍ଦୁଲକର ୧୫୪ ଇନିଂସରେ ଏହି ଉପଲବ୍ଧି ହାସଲ କରିଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ସବୁଠୁ ଦ୍ରୁତ ୮୦୦୦ ରନ କରିବାର ରେକର୍ଡ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାରଙ୍କ ନାମରେ ରହିଛି। ସାଙ୍ଗାକାରା ୧୫୨ଟି ଇନିଂସରେ ଏହି ରେକର୍ଡ କରିଛନ୍ତି।

ସେହି ପରି ରାହୁଲ ଦ୍ରାବିଡ ୧୫୮, ବୀରେନ୍ଦ୍ର ସେହ୍ଵାଗ ୧୬୦ ଏବଂ ସୁନିଲ ଗାଭାସ୍କର ୧୬୬ ଇନିଂସରେ ୮୦୦୦ ରନ ପୂରଣ କରିଛନ୍ତି। ତେବେ ବିରାଟ କୋହଲି ନିଜର ୧୦୦ତମ ଟେଷ୍ଟ ମ୍ୟାଚରେ ପ୍ରଥମ ଇନିଂସରେ ୪୫ ରନ କରି ଆଉଟ୍ ହୋଇଛନ୍ତି। ତାଙ୍କ ନିକଟରୁ କ୍ରିକେଟ୍ ପ୍ରଶଂସକ ଶତକ ଆଶା କରୁଛନ୍ତି। କାରଣ ୨୦୧୯ ନଭେମ୍ବର ମାସ ପରଠୁ କୋହଲି କୌଣସି ଫର୍ମାଟରେ ଶତକ ଅର୍ଜନ କରି ନାହାନ୍ତି।

Show More
Back to top button