ସତ୍ୟଶିକ୍ଷା (ନୂଆଦିଲ୍ଲୀ) ୨୩.୦୯.୨୦୨୦ : ଦେଶରେ କରୋନା ଭାଇରସ୍ ର ପ୍ରକୋପ କ୍ରମାଗତ ଭାବେ ବଢିବାରେ ଲାଗିଛି । ଗତ କିଛି ଦିନ ହେବ ୯୦ ହଜାରରୁ ଏକ ଲକ୍ଷ ପର୍ଯ୍ୟନ୍ତ ମାମଲା ପ୍ରତିଦିନ ଆସୁଛି । ଏହି ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ । ବୁଧବାର ଦିନ ପ୍ରଧାନମନ୍ତ୍ରୀ ମୋଦି କରୋନା ଭାଇରସ୍ ଦ୍ବାରା ଅଧିକ ପ୍ରଭାବିତ ହୋଇଥିବା ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ କରିବେ ।
ବଢୁଛି କରୋନା ପ୍ରକୋପ l
