ସତ୍ୟଶିଖା (ନୂଆଦିଲ୍ଲୀ) ୩୦/୧୨/୨୦୨୦ : ଆଜି ବଢିନାହିଁ ପେଟ୍ରୋଲ-ଡିଜେଲ ଦର । ଲଗାତର ୨୩ଦିନରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏହାପୂର୍ବରୁ ପେଟ୍ରୋଲ-ଡିଜେଲ ଦାମ୍ ଲଗାତର ଭାବେ ୬ଦିନ ଧରି ବଢିଥିଲା । ତେବେ ଆଜି ତୈଳ କମ୍ପାନୀମାନଙ୍କ ପକ୍ଷରୁ ପେଟ୍ରୋଲ-ଡିଜେଲ୍ ଦାମରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଯାହାଫଳରେ ତୈଳ ଦର ପୂର୍ବ ପରି ଅପରିବର୍ତ୍ତିତ ରହିଛି ।
ଏହାପୂର୍ବରୁ ପେଟ୍ରୋଲ-ଡିଜେଲ୍ ଦାମ୍ ଲଗାତର ଭାବେ ୪୮ଦିନ ପର୍ଯ୍ୟନ୍ତ କୌଣସି ପରିବର୍ତ୍ତନ ହୋଇନଥିଲା । କିନ୍ତୁ ନଭେମ୍ବର ୨୦ରେ ଦାମ୍ ବଢିବାର ଆରମ୍ଭ ହୋଇଥିଲା । ଏହିସମୟରେ ୧୭ଥର ପେଟ୍ରୋଲ-ଡିଜେଲ ଦାମ୍ ବଢିଥିଲା । ମାର୍ଚ୍ଚ ପରେ ସେପ୍ଟେମ୍ବର ମାସରେ ପ୍ରଥମ ଥର ପାଇଁ ଡିଜେଲ୍ ଦାମ୍ରେ ହ୍ରାସ ପାଇଥିଲା । ସେତେବେଳ ତୈଳ କମ୍ପାନୀମାନେ ୮୨ଦିନ ପର୍ଯ୍ୟନ୍ତ ଦାମ୍ରେ କୌଣସି ପରିବର୍ତ୍ତନ କରିନଥିଲେ । ନଭେମ୍ବର ମାସରେ ପୁଣି ଥରେ ତୈଳଦର ବୃଦ୍ଧି ପାଇଥିଲା । ଏହି ସମୟରେ ପ୍ରାୟ ୧୭ଥର ଦାମ୍ ବଢିଥିଲା । ଦିଲ୍ଲୀରେ ପେଟ୍ରୋଲ ଦାମ୍ ୧୭ଦିନରେ ୨.୬୫ ଟଙ୍କା ପ୍ରତି ଲିଟର ବୃଦ୍ଧି ପାଇଥିବା ବେଳେ ଡିଜେଲ୍ ୩.୪୦ ଟଙ୍କା ପ୍ରତି ଲିଟର ବୃଦ୍ଧି ପାଇଛି ।
ଆପଣଙ୍କ ସହରରେ ଆଜି କେତେ ରହିଛି ତୈଳ ଦର ଜାଣନ୍ତୁ
ପେଟ୍ରୋଲ-ଡିଜେଲ୍ ଦାମ ନିୟମିତ ପରିବର୍ତ୍ତନ ହୋଇଥାଏ ଏବଂ ସକାଳ ୬ଟାରେ ଅପଡେଟ୍ ହୋଇଥାଏ । ପେଟ୍ରୋଲ-ଡିଜେଲ୍ର ପ୍ରତିଦିନର ଦାମ ଆପଣ ଏସଏମଏସ ଜରିଆରେ ମଧ୍ୟ ଜାଣି ପାରିବେ । ଇଣ୍ଡିଆନ ଓଏଲର ଗ୍ରାହକ R.S.P ସ୍ପେସ୍ ଦେଇ ପେଟ୍ରୋଲ ପମ୍ପର କୋଡ୍ ଲେଖି ୯୨୨୪୯୯୨୨୪୯ ନମ୍ବରରେ ଏବଂ ବିପିସିଏଲ ଉପଭୋକ୍ତା R.S.P ଲେଖି ୯୨୨୩୧୧୨୨୨୨ ନମ୍ବରରେ ପଠାଇ ଦର ବିଷୟରେ ଜାଣି ପାରିବେ । ସେହି ପରି ଏଚପିସିଏଲ ଉପଭୋକ୍ତା HP Price ଲେଖି ୯୨୨୨୨୦୧୧୨୨ ନମ୍ବରରେ ପଠାଇ ପେଟ୍ରୋଲ-ଡିଜେଲ୍ ଦର ବିଷୟରେ ଜାଣି ପାରିବେ ।