ବଢିନି କି କମିନି ପେଟ୍ରୋଲ-ଡିଜେଲ୍ ଦର

ସତ୍ୟଶିଖା (ନୂଆଦିଲ୍ଲୀ) ୩୦/୧୨/୨୦୨୦ : ଆଜି ବଢିନାହିଁ ପେଟ୍ରୋଲ-ଡିଜେଲ ଦର । ଲଗାତର ୨୩ଦିନରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏହାପୂର୍ବରୁ ପେଟ୍ରୋଲ-ଡିଜେଲ ଦାମ୍ ଲଗାତର ଭାବେ ୬ଦିନ ଧରି ବଢିଥିଲା । ତେବେ ଆଜି ତୈଳ କମ୍ପାନୀମାନଙ୍କ ପକ୍ଷରୁ ପେଟ୍ରୋଲ-ଡିଜେଲ୍ ଦାମରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଯାହାଫଳରେ ତୈଳ ଦର ପୂର୍ବ ପରି ଅପରିବର୍ତ୍ତିତ ରହିଛି ।
ଏହାପୂର୍ବରୁ ପେଟ୍ରୋଲ-ଡିଜେଲ୍ ଦାମ୍ ଲଗାତର ଭାବେ ୪୮ଦିନ ପର୍ଯ୍ୟନ୍ତ କୌଣସି ପରିବର୍ତ୍ତନ ହୋଇନଥିଲା । କିନ୍ତୁ ନଭେମ୍ବର ୨୦ରେ ଦାମ୍ ବଢିବାର ଆରମ୍ଭ ହୋଇଥିଲା । ଏହିସମୟରେ ୧୭ଥର ପେଟ୍ରୋଲ-ଡିଜେଲ ଦାମ୍ ବଢିଥିଲା । ମାର୍ଚ୍ଚ ପରେ ସେପ୍ଟେମ୍ବର ମାସରେ ପ୍ରଥମ ଥର ପାଇଁ ଡିଜେଲ୍ ଦାମ୍ରେ ହ୍ରାସ ପାଇଥିଲା । ସେତେବେଳ ତୈଳ କମ୍ପାନୀମାନେ ୮୨ଦିନ ପର୍ଯ୍ୟନ୍ତ ଦାମ୍ରେ କୌଣସି ପରିବର୍ତ୍ତନ କରିନଥିଲେ । ନଭେମ୍ବର ମାସରେ ପୁଣି ଥରେ ତୈଳଦର ବୃଦ୍ଧି ପାଇଥିଲା । ଏହି ସମୟରେ ପ୍ରାୟ ୧୭ଥର ଦାମ୍ ବଢିଥିଲା । ଦିଲ୍ଲୀରେ ପେଟ୍ରୋଲ ଦାମ୍ ୧୭ଦିନରେ ୨.୬୫ ଟଙ୍କା ପ୍ରତି ଲିଟର ବୃଦ୍ଧି ପାଇଥିବା ବେଳେ ଡିଜେଲ୍ ୩.୪୦ ଟଙ୍କା ପ୍ରତି ଲିଟର ବୃଦ୍ଧି ପାଇଛି ।ତେବେ ଆଜି ୨୩ ଦିନରେ ଦିଲ୍ଲୀରେ ପେଟ୍ରୋଲ ଦାମ୍ ୮୩,୭୧ ପ୍ରତି ଲିଟର ରହିଥିବା ବେଳେ ମୁମ୍ବାଇରେ ୯୦,୩୪ ପ୍ରତି ଲିଟର, କୋଲକାତାରେ ପେଟ୍ରୋଲ ଲିଟର ୮୫,୧୯ ଟଙ୍କା, ଚେନ୍ନାଇରେ ୮୬,୫୧ଟଙ୍କା ପ୍ରତି ଲିଟର ରହିଛି । ସେହିପରି ଡିଜେଲ୍ ଦାମ୍ରେ ମଧ୍ୟ କୌଣସି ପରିବର୍ତ୍ତନ ହୋଇନାହିଁ । ଦିଲ୍ଲୀରେ ଡିଜେଲ୍ ଦାମ୍ ଆଜି ୭୩,୮୭ ପ୍ରତି ଲିଟର ରହିଥିବା ବେଳେ ମୁମ୍ବାଇରେ ଡିଜେଲ ପ୍ରତି ଲିଟର ୮୦,୫୧ ଟଙ୍କା, କୋଲକାତାରେ ୭୭,୪୪ ପ୍ରତି ଲିଟର, ଚେନ୍ନାଇରେ ପ୍ରତି ଲିଟର ୭୯,୨୧ ପ୍ରତି ଲିଟର ରହିଛି ।
ଆପଣଙ୍କ ସହରରେ ଆଜି କେତେ ରହିଛି ତୈଳ ଦର ଜାଣନ୍ତୁ
ପେଟ୍ରୋଲ-ଡିଜେଲ୍ ଦାମ ନିୟମିତ ପରିବର୍ତ୍ତନ ହୋଇଥାଏ ଏବଂ ସକାଳ ୬ଟାରେ ଅପଡେଟ୍ ହୋଇଥାଏ । ପେଟ୍ରୋଲ-ଡିଜେଲ୍ର ପ୍ରତିଦିନର ଦାମ ଆପଣ ଏସଏମଏସ ଜରିଆରେ ମଧ୍ୟ ଜାଣି ପାରିବେ । ଇଣ୍ଡିଆନ ଓଏଲର ଗ୍ରାହକ R.S.P ସ୍ପେସ୍ ଦେଇ ପେଟ୍ରୋଲ ପମ୍ପର କୋଡ୍ ଲେଖି ୯୨୨୪୯୯୨୨୪୯ ନମ୍ବରରେ ଏବଂ ବିପିସିଏଲ ଉପଭୋକ୍ତା R.S.P ଲେଖି ୯୨୨୩୧୧୨୨୨୨ ନମ୍ବରରେ ପଠାଇ ଦର ବିଷୟରେ ଜାଣି ପାରିବେ । ସେହି ପରି ଏଚପିସିଏଲ ଉପଭୋକ୍ତା HP Price ଲେଖି ୯୨୨୨୨୦୧୧୨୨ ନମ୍ବରରେ ପଠାଇ ପେଟ୍ରୋଲ-ଡିଜେଲ୍ ଦର ବିଷୟରେ ଜାଣି ପାରିବେ ।