ଦେଶ

ପୁଲୱାମା ହମଲା: ଆଉ ଜଣଙ୍କୁ ବାନ୍ଧିଲା ଏନଆଇଏ

ଜମ୍ମୁ: ଦେଶକୁ ଦୋହଲାଇ ଦେଇଥିବା ୨୦୧୯ ପୁଲୱାମା ଆତଙ୍କବାଦୀ ହମଲାରେ ଆଜି ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ଆଉ ଜଣଙ୍କୁ ଗିରଫ କରିଛି। ପୁଲୱାମା ହମଲାରେ ଏହା ୬ଷ୍ଠ ଗିରଫଦାରୀ। ଗିରଫ ଅଭିଯୁକ୍ତର ନାଁ ମହମ୍ମଦ ଇକବାଲ ରାଥର। ସେ ୨୦୧୯ ଫେବୃଆରୀ ୧୪ରେ ଜୈଶ ପକ୍ଷରୁ କରାଯାଇଥିବା ଆଇଇଡି ବିସ୍ଫୋରଣ ମୁଖ୍ୟ ଷଡ଼ଯନ୍ତ୍ରକାରୀ ମହମ୍ମଦ ଉମର ଫାରୁକକୁ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦେଇଥିଲା।

ଇକବାଲର ଘର ଜମ୍ମୁ-କଶ୍ମୀରର ବଡଗାମ ଅନ୍ତର୍ଗତ ଫୁଲଟିପୁରାରେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ଅଭିଯୁକ୍ତ ଇକବାଲ ୨୦୧୮ ମସିହା ସେପ୍ଟେମ୍ବର ମାସରୁ ଜୈଶ ସହ ଜଡ଼ିତ ଆଉ ଏକ ମାମଲାରେ ବିଚାର ବିଭାଗୀୟ ହାଜତରେ ରହିଛି। ଆଜି ଜେଲ କର୍ତ୍ତୃପକ୍ଷ ତା’କୁ ଜମ୍ମୁ ସ୍ଥିତ ଏନଆଇଏର ସ୍ୱତନ୍ତ୍ର କୋର୍ଟରେ ହାଜର କରିଥିଲେ। ଏହାପରେ ଏନଆଇଏ ତା’କୁ ୭ ଦିନିଆ ରିମାଣ୍ଡରେ ନେଇଛି। ସେ ପାକିସ୍ତାନରେ ଅବସ୍ଥାପିତ ଜୈଶର ଆକ୍କାମାନଙ୍କ ସହ ନିୟମିତ ଯୋଗାଯୋଗରେ ରହିଥିଲା।

ଆହୁରି ପଢ଼ନ୍ତୁ

୨୦୧୮ ଏପ୍ରିଲ ମାସରେ ଫାରୁକ ଭାରତରେ ଅନୁପ୍ରବେଶ କରିଥିଲା। ତା’ ସହ କିଛି ସହଯୋଗ ମଧ୍ୟ ଭାରତରେ ପ୍ରବେଶ କରିଥିଲା। ଏହାପରେ ସମସ୍ତଙ୍କୁ ଇକବାଲ ରହିବା ପାଇଁ ବ୍ୟବସ୍ଥା କରିଥିଲା। ଫାରୁକ ହିଁ ସୁରକ୍ଷାକର୍ମୀଙ୍କ ଉପରେ ହୋଇଥିବା ହମଲାରେ ବ୍ୟବହୃତ ଆଇଇଡିକୁ ସଂଗ୍ରହ କରି ଏକାଠି କରିଥିଲା। ଏହି ହମଲାରେ ଭାରତର ୪୦ ଜଣ ବୀର ଯବାନ ସହିଦ ହୋଇଥିଲେ।

ଆହୁରି ପଢ଼ନ୍ତୁ



[ad_2]

Show More
Back to top button