ସତ୍ୟଶିଖା (ଭୁବନେଶ୍ୱର) ୦୭/୧୨/୨୦୨୦ : ପେଟ୍ରୋଲ ଦର ବୃଦ୍ଧି ପରେ ରାଜ୍ୟରେ ବଢିଲା ବସଭଡ଼ା । ଅର୍ଡିନାରୀ ବସ୍ ଭଡା ୭୨ରୁ ବଢି ୭୩ ପଇସା ହୋଇଛି । ଏକ୍ସପ୍ରେସ ଭଡା କିମି ପିଛା ୭୫ ପଇସାରୁ ବଢି ୭୬ ପଇସା ହୋଇଛି । ଅନ୍ୟପଟେ ଡିଲକ୍ସ ବସ୍ ଭଡା ୧ ଟଙ୍କା ୦୫ରୁ ବଢି ୧ ଟଙ୍କା ୦୭ ହୋଇଛି । ଏସି ଡିଲକ୍ସ କିମି ପିଛା ୧ ଟଙ୍କା ୨୭ ପଇସାରୁ ବଢି ୧ ଟଙ୍କା ୨୯ ପଇସା ହୋଇଛି ।
ରାଜ୍ୟରେ ବଢିଲା ବସ ଭଡା
