ନ୍ୟୁଜ୍ରାଜ୍ୟଶିକ୍ଷା

ରାଜ୍ୟର ୧୫୦ଟି ଜୁନିୟର କଲେଜରେ ହେବ ସ୍ମାର୍ଟ କ୍ଲାସ

ସତ୍ୟଶିଖା(ଭୁବନେଶ୍ୱର )୧୩.୧୦ .୨୦୨୧: ରାଜ୍ୟରେ ଉଭୟ ଏକାଦଶ ଏବଂ ଦ୍ୱଦଶ ଶ୍ରେଣୀରେ ସଂସ୍କାର ଆଣିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି । ଶିକ୍ଷାଦାନ ବ୍ୟବସ୍ଥାରେ ସୁଧାର ଆଣିବା ସହ ଜୁନିୟର କଲେଜକୁଡିର ଭିତ୍ତିଭୂମି ଏବଂ ଛାତ୍ରଛାତ୍ରୀଙ୍କୁ ଅତ୍ୟାଧୂନିକ ବ୍ୟବସ୍ଥାରେ ଗୁଣାତ୍ମକ ଶିକ୍ଷାଦାନ ଲାଗି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି । ତେବେ ଏହି ପ୍ରୟାସରେ ବିଭାଗ ପକ୍ଷରୁ ଉଭୟର ସରକାରୀ ଏବଂ ଅନୁଦାନପ୍ରାପ୍ତ ଗୁନିୟର କଲେଜର ବିକାଶ ତଥା ଉନ୍ନତି ଲାଗି ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି । ତେବେ ମଡେଲ କଲେଜ ଢ଼ାଞ୍ଚାରେ ପ୍ରସ୍ତୁତ ଲାଗି ବ୍ୟବସ୍ଥା କରିବା ପାଇଁ ଯୋଜନା ହୋଇଛି ।

ଏନେଇ ପ୍ରଥମଥର ଲାଗି ରାଜ୍ୟର ୧୫୦ଟି ଜୁନିୟର କଲେଜରେ ସ୍ମାର୍ଟ କ୍ଲାସ କରାଯିବ । ସେହି ସବୁ କଲେଜଗୁଡିକରେ ସମସ୍ତ କ୍ଲାସକୁ ସ୍ମାର୍ଟ କ୍ଲାସ କରାଯିବ । ଅତ୍ୟାଧୁନିକ ପଦ୍ଧତିରେ ଶିକ୍ଷାଦାନ ସାଙ୍ଗକୁ ପିଲାମାନେ ଯେପରି ଡିଜିଟାଲ ପ୍ରକ୍ରିୟାରେ ଶିକ୍ଷାଗ୍ରହଣ କରିବେ ସେଥିପାଇଁ ପ୍ରକ୍ରିୟା ଆରମ୍ଭ ହେବ । ତେଣୁ ରାଜ୍ୟର ୩୦ଟି ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୧୫୦ଟି କଲେଜକୁ ସାମିଲ କରିବାକୁ ଟାର୍ଗେଟ ରହିଛି । ଏହି ବ୍ୟବସ୍ଥା ଲାଗି ମୋଟ ଉପରେ  ଖର୍ଚ୍ଚ ହେବ ୩ କୋଟି ଟଙ୍କା । ରାଜ୍ୟରେ ଅନେକ ଇଂରାଜୀ ମାଧ୍ୟମ ସ୍କୁଲ ଏବଂ ଆଦର୍ଶ ସ୍କୁଲରେ ପିଲାଙ୍କୁ ଡିଜିଟାଲ ବ୍ୟବସ୍ଥାରେ ଶିକ୍ଷାଦାନ ଦେବା ଲାଗି ସ୍ମାର୍ଟ କ୍ଲାସ ପ୍ରସ୍ତୁତ ହୋଇଛି ।

ସେହିପରି ସରକାରୀ ଏବଂ ଅନୁଦାନପ୍ରାପ୍ତ କଲେଜରେ +୨ ପାଠପଢ଼ୁଥିବା ପିଲାଙ୍କୁ ଅତ୍ୟାଧୁନିକ ବ୍ୟବସ୍ଥାରେ ପଢ଼ାଇବା ସହ ସ୍କୁଲର ରୂପରେଖ ଅତ୍ୟାଧୁନିକ କରିବା ଲାଗି ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି । ଏହି ସ୍ମାର୍ଟ କଲେଜର ପ୍ରସ୍ତତି କାର୍ଯ୍ୟ ଖୁବଶୀଘ୍ର ଶେଷ ହେବା ପରେ ୨୦୨୨-୨୩ ଶିକ୍ଷାବର୍ଷରୁ କାର୍ଯ୍ୟକ୍ଷମ କରାଯିବ । ତେବେ ଯେଉଁ ସବୁ କଲେଜକୁ ଏହି ଯୋଜନାରେ ସାମିଲ କରାଯିବ ସେଠାରେ ପିଲାଙ୍କୁ ପଢ଼ାଇବା ଲାଗି ପ୍ରେଜେକ୍ଟର, ଅଡିଓ ଭିଜୁଆଲ , କ୍ୟାମେରା ଭଳି ଅତ୍ୟାଧୂନିକ ଟେକ୍ନେଲେଜିରେ ପ୍ରସ୍ତୁତ ହେଉଛି ସ୍ମାର୍ଟ କ୍ଲାସ୍ ରୁମ୍ । ରାଜ୍ୟରେ ୧୫୦ଟି ସ୍କୁଲରେ ପ୍ରସ୍ତୁତ କରାଯିବ ୭୦୦ଟି ସ୍ମାର୍ଟ କ୍ଲାସରୁମ୍ । ଯେଉଁଠାରେ ଅତ୍ୟାଧୁନିକ ଶୈଳୀରେ ଶିକ୍ଷାଦାନ କରାଯିବ । ଏହାସହ ଶିକ୍ଷକଙ୍କ ଶିକ୍ଷାଦାନକୁ  ଅଡିଓ ବ୍ୟବସ୍ଥାରରେ ରେକର୍ଡ କରାଯିବ ।

ଯାହାକୁ ପରବର୍ତ୍ତୀ ସମୟରେ ପିଲାମାନେ ଘରେ ମଧ୍ୟ ଶୁଣିପାରିବେ । ସମ୍ପୃକ୍ତ ସ୍କୁଲଗୁଡିକରେ ୨୪ଘଣ୍ଟିଆ ଇଣ୍ଟରନେଟ୍ ବ୍ୟବସ୍ଥା ଏବଂ ୱାଏଫାଏ ବ୍ୟବସ୍ଥା ରହିବ । ସବୁ ଶ୍ରେଣୀ ଲାଗି ରହିବ କମନ୍ ଡାଟାବେସ୍ । ଏହି ସବୁ କଲେଜ ଲାଗି ପିଲାଙ୍କୁ ମାଗଣା ପାଠ୍ୟପୁସ୍ତକ ସାଙ୍ଗକୁ ପ୍ରତ୍ୟେକ ବିଷୟର ଅଡିଓ ଏବଂ ଭିଡିଓ ସିଡି ପ୍ରଦାନ କରାଯିବ । ଏନେଇ ସ୍ୱତନ୍ତ୍ର ଆଇଟି ଅଧ୍ୟାପକଏବଂ ଅଧ୍ୟାପିକାଙ୍କୁ ନିଯୁକ୍ତ କରାଯିବ । ତେବେ ପ୍ରଥମ ପର୍ଯ୍ୟାୟରେ ଏହି ସବୁ କଲେଜରେ ଯେଉଁ ଅଧ୍ୟାପିକ, ଅଧ୍ୟାପିକା ପଢ଼ାଉଛନ୍ତି ସେମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏନେଇ ବାଙ୍ଗାଲୋର ଏବଂ ପୁଣେର ଏକ ଆଇଟି କମ୍ପାନି ପକ୍ଷରୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ କରାଯିବ । ତେବେ ଏହି ସ୍ମାର୍ଟ କଲେଜରେ  ସ୍ମାର୍ଟ କ୍ଲାସରେ ପଢ଼ାଯିବା ସହ ସେମାନଙ୍କୁ ମଧ୍ୟ ମାନୁଆଲ ପଦ୍ଧତିରେ ଶିକ୍ଷାଦାନ ଦିଆଯିବ ।

ସ୍ମାର୍ଟକ୍ଲାସରେ ପିଲାଙ୍କ ଲାଗି ଉଭୟ ଟେକ୍ସଟ୍ ବୁକ୍ ଏବଂ ସମ୍ଭାବ୍ୟ ପ୍ରଶ୍ନଉତ୍ତରର ସିଡି ଯୋଗାଇ ଦିଆଯିବ । ଏହି ପାଇଲଟ ପ୍ରକଳ୍ପରେ ସାମିଲ ହୋଇଥିବା ୧୫୦ଟି କଲେଜର ରେଜଲ୍ଟ ଅନ୍ୟ କଲେଜ ତୁଳନାରେ ଅଧିକ ରହେ ତେବେ ପରବର୍ତ୍ତୀ ବିଭିନ୍ନ ପର୍ଯ୍ୟାୟରେ ରାଜ୍ୟର ସବୁ ଜୁନିୟର କଲେଜକୁ ସ୍ମାର୍ଟ କଲେଜ ଭାବେ ପ୍ରସ୍ତୁତ କରାଯିବ । ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟେକ ଜିଲ୍ଲାରୁ ୫ଟି ଲେଖାଏଁ ଜୁନିୟର କଲେଜକୁ ମନୋନୀତ କରାଯିବ । କିଛି ଜିଲ୍ଲାରେ ୨ଟି ଲେଖାଏଁ ସରକାରୀ ଏବଂ ୩ଟି ଅନୁଦାନପ୍ରାପ୍ତ ଜୁନିୟର କଲେଜକୁ ଚୟନ କରିବାକୁ ନିଷ୍ପତ୍ତି ହୋଇଛି । ଯେଉଁ ସବୁ କଲେଜରେ କଳା, ବିଜ୍ଞାନ ଏବଂ ବାଣିଜ୍ୟରେ ପିଲାଙ୍କ ସଂଖ୍ୟା ଅଧିକ ଥିବେ ସେହି କଲେଜକୁୁ କେବଳ ମନୋନୀତ କରାଯିବ ।

ସମ୍ପୃକ୍ତ କଲେଜରେ ବାୟୋମେଟ୍ରିକ ବ୍ୟବସ୍ଥା, ଇଲେକ୍‌ଟ୍ରୋନିକ୍ସ ମେସେଜ୍ ବ୍ୟବସ୍ଥା, ଏସି, ଅନ୍‌ଲାଇନ୍ ସୁବିଧା କରାଯିବ ।  ତେଣୁ ସ୍ମାର୍ଟ କଲେଜକୁ ପ୍ରସ୍ତୁତ ଲାଗି ସମ୍ପୃକ୍ତ କଲେଜଗୁଡିକରେ ସର୍ବନିମ୍ନ ୬ଟି ମାନଦଣ୍ଡକୁ ଗୁରୁତ୍ୱ ଦିଆଯିବ ।  ତେଣୁ ପ୍ରତ୍ୟେକ ଜିଲ୍ଲାରେ କେଉଁ ସ୍କୁଲକୁ ଏହି ବ୍ୟବସ୍ଥାରେ ସାମିଲ କରାଯିବ ସେଥିଲାଗି ବିଭାଗ ପକ୍ଷରୁ ଏକ ତାଲିକା ପ୍ରସ୍ତୁତ କରାଯିବ ।  ପରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗଠନ ହୋଇଥିବା ଟେକ୍ନିକାଲ କମିଟି ସମ୍ପୃକ୍ତ କଲେଜ ପରିଦର୍ଶନ କରିବା ପରେ କେଉଁସବୁ ସ୍କୁଲକୁ ଏହି ଯୋଜନାରେ ସାମିଲ କରାଯିବ ତାହା ନିଷ୍ପତ୍ତି ନେବେ ବୋଲି ଜଣାପଡିଛି ।

Show More
Back to top button