
ସତ୍ୟଶିଖା (ନୂଆଦିଲ୍ଲୀ) ୩୧/୧୨/୨୦୨୦ : ଟିକସଦାତାଙ୍କ ସୁବିଧା ପାଇଁ ଆୟକର ଓ ଜିଏସ୍ଟି ଦାଖଲ କରିବାର ସମୟ ସୀମାକୁ ବୃଦ୍ଧି କରାଯାଇଛି । ଟିକସ ଅଡିଟ୍ର ସମୟ ସୀମାକୁ ୨୦୨୧ ଜାନୁଆରି ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଆୟକରରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଯେଉଁମାନଙ୍କ ଆକାଉଣ୍ଟ୍ର ଅଡିଟ୍ ଦରକାର ହେଉଛି ସେମାନଙ୍କ ପାଇଁ ଟିକସ ଦାଖଲର ସମୟ ସୀମାକୁ ୨୦୨୧ ଫେବ୍ରୁଆରି ୧୫ ପର୍ଯ୍ୟନ୍ତ ଏବଂ ଅନ୍ୟମାନଙ୍କ ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିବା ସମୟକୁ ଜାନୁଆରି ୧୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ୨୦୧୯-୨୦ର ବାର୍ଷିକ ଜିଏସ୍ଟି ରିଟର୍ଣ୍ଣ ଦାଖଲ କରିବା ଲାଗି ଟିକସ ଦାତାମାନଙ୍କୁ ୨୦୨୧ ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ସମୟ ଦିଆଯାଇଛି । ଏଥି ସହିତ ବିବାଦ ସେ ବିଶ୍ୱାସ ସ୍କିମ୍ରେ ଘୋଷଣା କରିବାର ଅବଧିକୁ ମଧ୍ୟ ଜାନୁଆରି ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
ବିଭିନ୍ନ ପ୍ରକାର ଅଡିଟ୍ ରିପୋର୍ଟ ଦାଖଲ କରିବାର ସମୟ ସୀମା ମଧ୍ୟ ବୃଦ୍ଧି କରାଯାଇଛି । ୨୦୨୦-୨୧ ପାଇଁ ଆନ୍ତର୍ଜାତିକ ଏବଂ ନିର୍ଦିଷ୍ଟ ପ୍ରକାର ଘରୋଇ କାରବାରର ଟିକସ ଅଡିଟ୍ ରିପୋର୍ଟ ଓ ଅନ୍ୟାନ୍ୟ ରିପୋର୍ଟ ଦାଖଲ କରିବା ସୟମ ସୀମାକୁ ୨୦୨୧ ଜାନୁଆରି ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କ୍ଷୁଦ୍ର ଓ ମଧ୍ୟମ ଧରଣର ଟିକସଦାତାମାନଙ୍କ ପାଇଁ ସେଲ୍ଫ୍ ଆସେସ୍ମେଣ୍ଟ୍ର ସମୟ ସୀମାକୁ ତୃତୀୟ ଥର ଲାଗି ବୃଦ୍ଧି କରାଯାଇଛି । ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଟିକସ ପାଇଁ ସେଲ୍ଫ ଆସେସ୍ମେଣ୍ଟ୍ ଦାଖଲ କରିବାର ସୀମାକୁ ୨୦୨୧ ଫେବ୍ରୁଆି ୧୫ ପର୍ଯ୍ୟନ୍ତ ବଢ଼ାଯାଇଛି ।