ଦେଶନ୍ୟୁଜ୍ବାଣିଜ୍ୟରାଜ୍ୟ

୭୫ ବର୍ଷ ବୟସରୁ ଅଧିକ ବୟସ୍କ ନାଗରିକଙ୍କ ପାଇଁ ଆୟକର ଛାଡ

ସତ୍ୟଶିଖା (ନୂଆଦିଲ୍ଲୀ) ୦୧/୦୨/୨୦୨୧ : ଚଳିତ ବଜେଟରେ ୭୫ ବର୍ଷ ବୟସରୁ ଅଧିକ ବୟସ୍କ ନାଗରିକମାନଙ୍କୁ ଆଉ ଆୟକର ଦାଖଲ କରିବାକୁ ପଡିବ ନାହିଁ । ଆୟକର ବିବାଦର  ଅନ୍ତ ଘଟାଇବା ପାଇଁ ଏକ କମିଟି ଗଠନ କରାଯିବ, ଏକ ଫେସଲେସ କମିଟି ଗଠନ କରାଯିବ । ଅନ୍ୟ ପକ୍ଷରେ ୭୫ ବର୍ଷରୁ ଅଧିକ ପେନସନଭୋଗୀଙ୍କ ପାଇଁ ଟିକସ ଛାଡ କରାଯାଇଛି । ସେହିପରି ପ୍ରବାସୀ ଭାରତୀୟଙ୍କ ପାଇଁ ଛାଡ କରାଯାଇଛି । ବିଦେଶ ଫେରନ୍ତା ଅବସରପ୍ରାପ୍ତଙ୍କ ଜମାଖାତାର ସରଳୀକରଣ ପାଇଁ ନିୟମ ପ୍ରସ୍ତୁତ କରାଯିବ । ଏକ କୋଟିରୁ ଅଧିକ ଅଡିଟକୁ ଛାଡ କରାଯିବ । ଟିକସ ଦେବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ପ୍ରବାସୀ ଭାରତୀୟଙ୍କୁ ଏଥର ଡବଲ୍ ଟ୍ୟାକ୍ସ ବ୍ୟବସ୍ଥାରୁ ଛାଡ କରାଯାଉଛି |

Show More
Back to top button