

ସତ୍ୟଶିଖା( ଭୁବନେଶ୍ୱର )୨୧.୧୦.୨୦୨୨: କୃଷକଙ୍କ ରୋଜଗାର ବଢ଼ାଇବା ଲକ୍ଷ୍ୟରେ ସରକାର ନେଇଥିବା ପଦକ୍ଷେପକୁ ସବୁରି ମହଲରେ ସ୍ୱାଗତ କରାଯାଇଛି । ରାଷ୍ଟ୍ରୀୟ ଡାଏରୀ ବିକାଶ ବୋଡର଼୍ ଆନୁକୂଲ୍ୟରେ ଏହି ଘୋଷଣା ହୋଇଛି । ଗୋଶାଳା ଖିର ବିକ୍ରି କରି ରୋଜଗାର କରୁଥିବା କୃଷକମାନଙ୍କ ପାଖରୁ ଏଥରକ ଘଷି ମଧ୍ୟ କିଣାଯିବ । ଏହି ଘଷିକୁ ବିଭିନ୍ନ କାମରେ ଲଗାଯିବ । ଯେମିତିକି ଜୈବିକ ଖାଦ ଉତ୍ପାଦନ କରାଯିବ, ବାୟୋ ଗ୍ୟାସ ତିଆରି ଇତ୍ୟାଦି । ରାଷ୍ଟ୍ରୀୟ ଡାଏରୀ ବିକାଶ ବୋଡର଼୍ ଗୋବରରୁ ପ୍ରସ୍ତୁତ ହୋଇଥିବା ଏହି ଜୈବିକ ଖାଦ ଚିହ୍ନଟ ପାଇଁ ଟ୍ରେଡମାର୍କ ପଞ୍ଜୀକୃତ କରିଛନ୍ତି।