ଶ୍ରୀମନ୍ଦିରର ରୋଷଘରେ ଚୁଲି ଭାଙ୍ଗିବା ଘଟଣା: ୪ ଶ୍ରୀଜଗନ୍ନାଥ ମନ୍ଦିର ପୋଲିସଙ୍କୁ ପଚରାଉଚରା

ସତ୍ୟଶିଖା( ପୁରୀ )୦୫.୦୪.୨୦୨୨ : ଶ୍ରୀମନ୍ଦିରର ରୋଷ ଘରେ ଚୁଲି ଭାଙ୍ଗିବା ଘଟଣାରେ ପୋଲିସ  ଜଗନ୍ନାଥ ମନ୍ଦିର ପୋଲିସ (ଜେଟିପି)ର ୪ ଜଣ କର୍ମଚାରୀଙ୍କୁ ପଚରାଉଚରା କରିଛି। କେଉଁ ପରିସ୍ଥିତିରେ ଶ୍ରୀକ୍ଷେତ୍ରରେ ସୁରକ୍ଷା ଉଲ୍ଲଂଘନ ଘଟିଛି ତୁରନ୍ତ ଜବାବ ଦେବା ପାଇଁ ୪ ଜଣ ଜେଟିପିଙ୍କୁ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।

ଜେଟିପି ମଧ୍ୟରୁ ଜଣେ ବାଟ ଅଗଣା ଏବଂ ନାଟ ମଣ୍ଡପଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ। ଅନ୍ୟପକ୍ଷରେ, ଶନିବାର ବିଳମ୍ବିତ ରାତି ପ୍ରାୟ ସାଢ଼େ ଗୋଟେରେ ଏହି ଭଙ୍ଗାରୁଜା ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ତିନି ଜଣଙ୍କୁ ପୋଲିସ ପଚରାଉଚରା କରିଥିଲା। ଏହି ଚାରିଜଣ ଶନିବାର ରାତି ୧୦ ଟାରୁ ରବିବାର ସକାଳ ପର୍ଯ୍ୟନ୍ତ ଡ୍ୟୁଟିରେ ଥିଲେ ।

ଘଟଣା ଦିନ ମନ୍ଦିରରେ ସାନ୍ଧ୍ୟା ଧୂପ ରୀତିନୀତି ପର୍ଯ୍ୟନ୍ତ ଡ୍ୟୁଟିରେ ଥିବା ଅନେକ ସେବାୟତଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିଛି ପୋଲିସ ।

ସୋମବାର ଦିନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ଡିଜିପି ସୁନିଲ ବଂଶଲ ଗତକାଲି ପୁରୀ ଯାଇ ସ୍ଥିତିର ସମିକ୍ଷା କରିଥିଲେ । ଶନିବାର ରାତିରେ ରୋଷ ଘରେ ୪୦ ରୁ ଅଧିକ ଚୁଲି ଭଙ୍ଗାରୁଜା ହୋଇଥିବା ଦେଖିବାକୁ ମିଳିଥିଲା, ଯାହା ଫଳରେ ଶ୍ରୀଜିଉଙ୍କ ରିତିନୀତିରେ ବିଳମ୍ବ ହୋଇଥିଲା ।

Exit mobile version