ଦେଶସ୍ୱାସ୍ଥ୍ୟ

ପଶ୍ଚିମବଙ୍ଗରେ ଜୁଲାଇ ୧୫ ଯାଏ ବଢିଲା କରୋନା କଟକଣା

ସତ୍ୟଶିଖା(କୋଲକାତା) ୨୯.୦୬.୨୦୨୧:  ମହାମାରୀ କରୋନା ସଂକ୍ରମଣ ହ୍ରାସ ପାଇଥିଲେ ମଧ୍ୟ ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଲାଗିଥିବା କୋଭିଡ କଟକଣାକୁ ଜୁଲାଇ ୧୫ ଯାଏ ବୃଦ୍ଧି କରିଛନ୍ତି। ତେବେ ଅନେକ କ୍ଷେତ୍ରରେ ସରକାର ସର୍ତ୍ତମୂଳକ କୋହଳ ନୀତି ଅବଲମ୍ବନ କରିଛନ୍ତି। ପୂର୍ବରୁ ଜାରି ହୋଇଥିବା କଟକଣା ଜୁଲାଇ ୧ ତାରିଖରେ ଶେଷ ହେବ। ଏହାପରେ ନୂଆ ଗାଇଡଲାଇନ କାର୍ଯ୍ୟକାରୀ କରାଯିବ। ସରକାରଙ୍କ ନୂଆ ଗାଇଡଲାଇନ ଅନୁଯାୟୀ, ୧ ତାରିଖରୁ ରାଜ୍ୟରେ ଥିବା ସେଲୁନ, ଜିମ୍ନାସିୟମ ଓ ବିୟୁଟି ପାର୍ଲର ୫୦ % କ୍ଷମତା ସହ ଖୋଲିବ। ସମସ୍ତ ସରକାରୀ ଓ ଘରୋଇ ଅଫିସ ଗୁଡ଼ିକ ୫୦% କର୍ମଚାରୀଙ୍କୁ ନେଇ ସକାଳ ୧୦ରୁ ଦିନ ୪ଟା ଯାଏ କାର୍ଯ୍ୟକ୍ଷମ ହୋଇପାରିବ।

Show More
Back to top button