ଟ୍ରମ୍ପ୍‌ଙ୍କ ଚିକିତ୍ସାରେ ଡାକ୍ତର ବ୍ୟବହାର କରିଥିଲେ ଷ୍ଟେରଏଡ୍, ଯାହା ଅଧିକ ଗୁରୁତର ରୋଗୀଙ୍କଠାରେ ବ୍ୟବହୃତ ହୁଏ l

ସତ୍ୟଶିଖା (ୱାଶିଂଟନ୍) ୦୫.୧୦.୨୦୨୦ : ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କରୋନାରେ ସଂକ୍ରମିତ ହୋଇ ଏବେ ଚିକିତ୍ସାଧିନ ଅଛନ୍ତି । ତେବେ ଡାକ୍ତରମାନେ ତାଙ୍କ ଚିକିତ୍ସା ସମୟରେ ଡେକ୍ସାମେଥାସୋନ ନାମକ ଏକ ଷ୍ଟେରଏଡର ବ୍ୟବହାର କରିଥିଲେ । ଯେଉଁ ଔଷଧ ସାଧାରଣତଃ ଅଧିକ ଗୁରୁତର ଥିବା କୋଭିଡ୍-୧୯ ସଂକ୍ରମିତଙ୍କଠାରେ ବ୍ୟବହୃତ ହୁଏ ।ଡେକ୍ସାମେଥାସୋନ ଭାଇରସ୍ ର ସଂକ୍ରମଣ ଏବଂ ରୋଗ ପ୍ରତିରୋଧ କ୍ଷମତାକୁ ନିୟନ୍ତ୍ରଣରେ ରଖିପାରେ । କରୋନା ସଂକ୍ରମିତଙ୍କ ପାଇଁ ଏହା ଏକ ସମ୍ଭାବ୍ୟ ସଫଳତା ଭାବରେ ବିବେଚନା କରାଯାଏ । ଯେୁଉଁମାନଙ୍କର କୋଭିଡ୍-୧୯ ଯୋଗୁଁ ସ୍ଵାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇଯାଇଥାଏ । ଏକ ଅଧ୍ୟୟନରେ ଏହା ସ୍ପଷ୍ଟ ଜଣାପଡିଛି ଯେ, ଯେଉଁ ରୋଗୀମାନେ ଅକ୍ସିଜେନ୍ କିମ୍ବା ଭେଣ୍ଟିଲେଟରରେ ଆବଶ୍ୟକତା କରିଥାନ୍ତି ସେମାନଙ୍କ ମୃତ୍ୟୁ ହେବାର ସମ୍ଭାବନାକୁ ଏହା ହ୍ରାସ କରିବାରେ ସାହାଯ୍ୟ କରିଥାଏ ।କୋଭିଡ୍-୧୯ ହେଉଛି ଦୁଇଟି ପର୍ଯ୍ୟାୟର ସଂକ୍ରମଣ । ଅଧିକାଂଶ ଲୋକଙ୍କ ଜୀବନ ପ୍ରତି ବିପଦ ଭାଇରସ୍ ଲକ୍ଷଣରୁ ନୁହେଁ ବରଂ ରୋଗ ପ୍ରତିରୋଧକ ଶକ୍ତି ନିୟନ୍ତ୍ରଣ ବାହାରକୁ ଚାଲିଯିବା ଯୋଗୁଁ ହୋଇଥାଏ । ସଂକ୍ରମଣ ହେବାର ଏକ ସପ୍ତାହରୁ ୧୦ ଦିନ ପର୍ଯ୍ୟନ୍ତ ରହିପାରେ ।ଟ୍ରମ୍ପଙ୍କ ମୁଖ୍ୟ ଡାକ୍ତର ଥିବା ହ୍ବାଇଟ ହାଉସର ଚିକିତ୍ସକ ସିନ କନଲି ରବିବାର ଦିନ ୱାଲ୍ଟର ରିଡ୍ ନ୍ୟାସନାଲ ମିଲିଟାରୀ ମେଡିକାଲରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ରାଷ୍ଟ୍ରପତିଙ୍କ ସ୍ଵାସ୍ଥ୍ୟାବସ୍ଥାରେ ଉନ୍ନତି ଜାରି ରହିଛି । ଯେକୌଣସି ଅସୁସ୍ଥତାରେ ଚିକିତ୍ସା ସମୟରେ ବାରମ୍ବାର ଉତ୍ଥାନ-ପତନ ଘଟିଥାଏ । ରାଷ୍ଟ୍ରପତିଙ୍କ ଡାକ୍ତରୀ ଟିମ୍ ସୋମବାର ସୁଦ୍ଧା ତାଙ୍କୁ ଡିସଚାର୍ଜ କରିବାକୁ ପ୍ରସ୍ତୁତ ହେଉଛନ୍ତି । ମାତ୍ର ଏହା ସ୍ପଷ୍ଟ ହୋଇନାହିଁ ଯେ, କାହିଁକି ସେମାନେ ତାଙ୍କୁ ଏଭଳି ଷ୍ଟେରଏଡ ଦେଉଥିଲେ ଯାହା ସାଧାରଣତଃ ଗୁରୁତର ରୋଗୀମାନଙ୍କୁ ଦିଆଯାଇଥାଏ । ଦୁଇ ସପ୍ତାହରୁ ଅଧିକ ସମୟ ଧରି ଏହି ଷ୍ଟେରଏଡ ବ୍ୟବହାର କରିବା ଦ୍ବାରା ଏହାର ପାର୍ଶ୍ବ ପ୍ରତିକ୍ରିୟା ଦେକାଦେବାର ଆଶଙ୍କା ରହିଥାଏ । ଯେପରିକି ଉଚ୍ଚ ରକ୍ତଚାପ କିମ୍ବା ମାନସିକ ଅବସାଦ ଇତ୍ୟାଦି । ଡବ୍ଲୁଏଚଓର ସୂଚନା ଅନୁଯାୟୀ ଏହି ଷ୍ଟେରଏଡକୁ ଅଳ୍ପ ସମୟ ପାଇଁ ବ୍ୟବହାର କରିବା ଦ୍ୱାରା ଏସବୁ ସମସ୍ୟା ଦେଥାଯାଏ ନାହିଁ ।

Exit mobile version