ସତ୍ୟଶିଖା (ନୂଆଦିଲ୍ଲୀ) ୩୦/୦୯/୨୦୨୦ : ଦେଶରେ କରୋନା ଭାଇରସ ଦ୍ରୁତ ଭାବେ ବ୍ୟାପୁଛି । ଏବେ ଏ ମାମଲା ନିତିଦିନ ୮୦ ହଜାର ପାର୍ କରୁଛି । ଧୀରେ ଧୀରେ ଗରମ ଶେଷ ହେଉଛି ଓ ଶୀତ ଋତୁ ଆରମ୍ଭ ହେଉଛି । ଏହାରି ଭିତରେ ଲୋକଙ୍କ ମନରେ ପ୍ରଶ୍ନ ଆସୁଛି କ’ଣ ଶୀତ ଦିନରେ ଏହା ଅଧିକ ମାରାତ୍ମକ ରୂପ ନେବ?
ନୀତି ଆୟୋଗ ସଦସ୍ୟ ଡାକ୍ତର ବିକେ ପଲ କହିଛନ୍ତି ମହାମାରୀ ପାଇଁ ଆଗାମୀ ଦୁଇ-ତିନି ମାସ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ସମସ୍ତଙ୍କୁ ମାସ୍କ, ସାମାଜିକ ଦୂରତ୍ୱ ଓ ସଫାସୁତୁରା ଉପରେ ବିଶେଷ ଧ୍ୟାନ ଦେବାକୁ ହେବ। ଶୀତ ଦିନେ ଶ୍ୱାସ ସମ୍ବନ୍ଧୀୟ ଭାଇରସ ଅଧିକ କ୍ଷତିକାରକ ହୋଇଥାନ୍ତି। ଏଣୁ ଏ ମାମଲା କିପରି କମ୍ କରାଯିବ ସେନେଇ ଚେଷ୍ଟା ଚାଲିଛି।