ସତ୍ୟଶିଖା (ନୂଆଦିଲ୍ଲୀ) ୨୧.୧୨.୨୦୨୦ : ଅନ୍ତର୍ଜାତୀୟ ବଜାରରେ ନକାରାତ୍ମକ ପ୍ରଭାବ ହେତୁ ଭାରତର ସେୟାର ବଜାରରେ କିଛି ମାତ୍ରାରେ ଏହାର ପ୍ରଭାବ ପଡିଛି । ସପ୍ତାହର ପ୍ରଥମ କାରବାର ଦିନରେ ସେୟାର ବଜାର ଲାଲ ସଙ୍କେତ ସହିତ ଆରମ୍ଭ ହୋଇଛି । ବମ୍ଭେ ଷ୍ଟକ୍ ଏକ୍ସଚେଞ୍ଜର ସେନସେକ୍ସ୍ ୨୮ ଅଙ୍କ ଖସିବା ସହ ୪୬,୯୩୨ରେ ଆରମ୍ଭ ହୋଇଥିଲା । ସେହିପରି ନେସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୧୯ ଅଙ୍କ ଖସି ୧୩,୭୪୧ରେ ଆରମ୍ଭ ହୋଇଥିଲା ।
ତେବେ କାରବାର ସମୟରେ ସେନସେକ୍ସ୍ ୨୬୭ ଅଙ୍କ ଖସି ୪୬,୬୯୩.୯୫ ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା । ସେହିଭଳି ନିଫ୍ଟି ମଧ୍ୟ ୮୬ ଅଙ୍କ ଖସି ୧୩,୬୭୪କୁ ଖସି ଆସିଥିଲା । ସକାଳ ୧୦ଟା ପରଠାରୁ ଉଭୟ ସେନସେକ୍ସ୍ ଏବଂ ନିଫ୍ଟିରେ ଉତ୍ଥାନ-ପତନ ଜାରି ରହିଛି । କାରବାର ଆରମ୍ଭରୁ ପ୍ରାୟ ୬୪୮ ଅଂଶଧାରୀଙ୍କ ସେୟାର ବୃଦ୍ଧିପାଇଥିବା ବେଳେ ୮୩୭ ଟି ସେୟାରରେ ହ୍ରାସ ପାଇଥିବା ଲକ୍ଷ କରାଯାଇଛି ।