ସତ୍ୟଶିଖା( ଭୁବନେଶ୍ୱର)୧୩ .୦୭ . ୨୦୨୨: ରାଜ୍ୟରେ ଦୈନିକ ସଂକ୍ରମଣ ୭୦୦ ଟପିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୮୭ ଜଣ ଅଛନ୍ତି।
ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କରାଯାଇଥିବା ଟ୍ୱିଟ୍ ଅନୁଯାୟୀ, ଏହି ୭୪୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୪୩୬ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୩୦୭ ଟି ହେଉଛି ଲୋକାଲ୍ କେସ୍।ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୧୫, ସୁନ୍ଦରଗଡ଼ରୁ ୬୫ ଓ ଷ୍ଟେଟ୍ପୁଲ୍ରୁ୬୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଅନୁଗୋଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୨, ବରଗଡ଼ ଓ ଭଦ୍ରକରୁ ୮, ବଲାଙ୍ଗିରରୁ ୪, ବୌଦ୍ଧରୁ ୮,ଦେବଗଡ଼ରୁ ୮,ଗଜପତି୨, ଗଞ୍ଜାମରୁ ଜଣେ, ଜଗତସିଂହପୁର ୧୧, ଯାଜପୁର ୧୨,ଝାରସୁଗୁଡ଼ା ୬,କଳାହାଣ୍ଡି ୨, କେନ୍ଦ୍ରାପଡ଼ା ୪, କେନ୍ଦୁଝର ୫, କୋରାପୁଟ ୧୦,ମୟୂରଭଞ୍ଜ ୧୬, ନବରଙ୍ଗପୁର ୭,ନୟାଗଡ଼ ୧୧, ନୂଆପଡ଼ା ୧୧,ପୁରୀ ୩୬, ରାୟଗଡ଼ା ୩,ସମ୍ବଲପୁର ୧୪ ଓ ସୋନପୁରରୁ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
୭୪୩ ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୫,୩୨୮ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୨,୮୨,୨୭୦ ଜଣ ସୁସ୍ଥ ହୋଇସାରିଛନ୍ତି। ଏବେ ୩୮୭୮ ଜଣ ଚିକିତ୍ସାଧୀନ ଅଛନ୍ତି।
ସମ୍ବନ୍ଧିତ ଖବର
-
ସେନାଙ୍କୁ ମିଳିବ ପ୍ରଥମ ସ୍ବଦେଶୀ ମିଡିୟମ୍ ମେସିନ୍ ଗନ୍- MMG। -
ଖୁବଶୀଘ୍ର ଭାରତ ଆସିବେ ରୁଷିଆ ରାଷ୍ଟ୍ରପତି ପୁଟିନ । -
ଗାଜାକୁ ଧ୍ୱଂସସ୍ତୁପ ପରିଣତ କରିଦେଇଛି ଇସ୍ରାଏଲ। -
ରେଳ ଧାରଣା ଉପରେ ପଥର। -
ଉତ୍ତରପ୍ରଦେଶରେ ବସ୍ରେ ୩ ଦିନ ମାଗଣା ଯାତ୍ରା। -
ଉତ୍ତରକାଶୀ ର ମାଟି ତଳେ ଜୀବନ ଖୋଜା ଚାଲିଛି। -
ଆଜି ଜାତୀୟ ହସ୍ତତନ୍ତ ଦିବସ l -
ଆଜି ୬ ଘଣ୍ଟା ପୁରୀ ବନ୍ଦ । -
ଘାନାରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। -
ବୋର୍ଡ଼ ଉପସଭାପତି ନିହାର ରଞ୍ଜନ ମହାନ୍ତି ସସ୍ପେଣ୍ଡ ।