ସତ୍ୟଶିଖା (ନୂଆଦିଲ୍ଲୀ) ୨୪/୧୧/୨୦୨୦ : କରୋନା ମାହାମରୀ ଚାଲୁ ରହିଥିବା ବେଳେ ଲାଗାତାର ଭାବେ ଅର୍ଥ ବ୍ୟବସ୍ଥା ପାଇଁ ଭଲ ଖବର ମିଳିବାରେ ଲାଗିଛି । କରୋନା ପାଇଁ ଅକ୍ସଫୋର୍ଡ ୟୁନିଭରସିଟି ସହିତ ମିଶି ଭ୍ୟାକସିନ୍ ତିଆରି କରୁଥିବା ଆଷ୍ଟ୍ରାଜେନିକା କହିଛି ଯେ, କମ୍ପାନୀ ଦ୍ବାରା ତିଆରି କରାଯାଇଥିବା ଭ୍ୟାକସିନ୍ ଟ୍ରାଏଲ ବେଳେ ୯୦ ପ୍ରତିଶତ କାମ କରୁଛି । ତେବେ ଏହି ସକାରାତ୍ମକ ଖବର ଆସିବା ପରେ ଭାରତୀୟ ସେୟାର ମାର୍କେଟରେ ସେନସେକ୍ସ ଏବଂ ନିଫ୍ଟି ଶୀର୍ଷରେ ପହଞ୍ଚିଛି । ସପ୍ତାହର ଦ୍ବିତୀୟ କାର୍ଯ୍ୟ ଦିବସରେ ସେନସେକ୍ସ ୨୫୦ ପଏଣ୍ଟ ବୃଦ୍ଧି ପାଇ ୪୪,୩୫୦ରେ ପହଞ୍ଚିଛି । ସେହିପରି ନେସନାଲ ଷ୍ଟକ୍ ଏକ୍ସଚେଞ୍ଜ ର ନିଫ୍ଟି ପ୍ରଥମ ଥର ୧୩ ହଜାର ପଏଣ୍ଟ ଉପରକୁ ଯାଇଛି ।
ସେନସେକ୍ସ୍ ରେ , ପ୍ରଥମ ଥର ପାଇଁ ୧୩ ହଜାର ଉପରେ ନିଫ୍ଟି
