ସେନସେକ୍ସ୍ ରେ , ପ୍ରଥମ ଥର ପାଇଁ ୧୩ ହଜାର ଉପରେ ନିଫ୍ଟି

ସତ୍ୟଶିଖା (ନୂଆଦିଲ୍ଲୀ) ୨୪/୧୧/୨୦୨୦ : କରୋନା ମାହାମରୀ ଚାଲୁ ରହିଥିବା ବେଳେ ଲାଗାତାର ଭାବେ ଅର୍ଥ ବ୍ୟବସ୍ଥା ପାଇଁ ଭଲ ଖବର ମିଳିବାରେ ଲାଗିଛି । କରୋନା ପାଇଁ ଅକ୍ସଫୋର୍ଡ ୟୁନିଭରସିଟି ସହିତ ମିଶି ଭ୍ୟାକସିନ୍ ତିଆରି କରୁଥିବା ଆଷ୍ଟ୍ରାଜେନିକା କହିଛି ଯେ, କମ୍ପାନୀ ଦ୍ବାରା ତିଆରି କରାଯାଇଥିବା ଭ୍ୟାକସିନ୍ ଟ୍ରାଏଲ ବେଳେ ୯୦ ପ୍ରତିଶତ କାମ କରୁଛି । ତେବେ ଏହି ସକାରାତ୍ମକ ଖବର ଆସିବା ପରେ ଭାରତୀୟ ସେୟାର ମାର୍କେଟରେ ସେନସେକ୍ସ ଏବଂ ନିଫ୍ଟି ଶୀର୍ଷରେ ପହଞ୍ଚିଛି । ସପ୍ତାହର ଦ୍ବିତୀୟ କାର୍ଯ୍ୟ ଦିବସରେ ସେନସେକ୍ସ ୨୫୦ ପଏଣ୍ଟ ବୃଦ୍ଧି ପାଇ ୪୪,୩୫୦ରେ ପହଞ୍ଚିଛି । ସେହିପରି ନେସନାଲ ଷ୍ଟକ୍ ଏକ୍ସଚେଞ୍ଜ ର ନିଫ୍ଟି ପ୍ରଥମ ଥର ୧୩ ହଜାର ପଏଣ୍ଟ ଉପରକୁ ଯାଇଛି ।ତେବେ ସୋମବାର ଦିନ ମଧ୍ୟ ସେୟାର ବଜାରରେ ବୃଦ୍ଧି ଦେଖାଯାଇଥିଲା । ବିଏସଇ ସେନସେକ୍ସ୍ କାରବାର ବେଳେ ୪୪ ହଜାର ୨୭୧ ପଏଣ୍ଟ ଯାଏଁ ଛୁଇଁଥିଲା । ଶେଷରେ ଏହା ୧୯୫ ପଏଣ୍ଟ ବୃଦ୍ଧି ପାଇ ୦.୪୪ ପ୍ରତିଶତ ସହିତ ୪୪ ହଜାର ୦୭୭ ପଏଣ୍ଟରେ ବନ୍ଦ ହୋଇଥିଲା । ସେହିପରି ନେସନାଲ ଷ୍ଟକ୍ ଏକ୍ସଚେଞ୍ଜ ର ନିଫ୍ଟି ୬୭ ପଏଣ୍ଟ ଅର୍ଥାତ ୦.୫୨ ପ୍ରତିଶତ ବୃଦ୍ଧି ପାଇଁ ୧୨ ହଜାର ୯୨୬ରେ ବନ୍ଦ ହୋଇଥିଲା ।
ଅନ୍ୟ ପକ୍ଷରେ ମହାମାରୀ ସମୟରେ ଆଇଟି ଏବଂ ଫାର୍ମା କମ୍ପାନୀ ମାନେ ପ୍ରଚୁର ଲାଭ କରିଛନ୍ତି । ଆଷ୍ଟ୍ରାଜେନିକା ଫାର୍ମା କମ୍ପାନୀ ଦାବି କରିଛି ଯେ ତାଙ୍କ ଦ୍ବାରା ଟ୍ରାଏଲ କରାଯାଉଥିବା ଭ୍ୟାକସିନ କରୋନା ରୋଗୀଙ୍କୁ ପ୍ରାୟ ୯୦ ପ୍ରତିଶତ ରୋକିବାରେ ସହାୟକ ହୋଇପାରିବ ।