

ସତ୍ୟଶିଖା( ଭୁବନେଶ୍ୱର )୦୪.୧୧.୨୦୨୨: ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ସାମୁଦ୍ରିକ ଝଡ଼ । ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ନେଇ ଓ୍ଵିଣ୍ଡି ପୂର୍ବାନୁମାନ କରିଛି । ଓ୍ଵିଣ୍ଡିର ଆମେରିକାନ୍ GFS ମଡେଲ୍ ସମ୍ଭାବ୍ୟ ବାତ୍ୟା ଆକଳନ କରିଛି ।ସେପଟେ ଆମେରିକା ପାଣିପାଗ ବିଜ୍ଞାନୀ ଜାସନ୍ ନିକୋଲସ୍ ଆକଳନ କରିଛନ୍ତି, ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ । ଏଥିପାଇଁ ପାଗ ଅନୁକୂଳ ରହିଛି । ଦକ୍ଷିଣ ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି ।
କିନ୍ତୁ ସମ୍ଭାବ୍ୟ ଲଘୁଚାପ କ୍ଷେତ୍ରର ଟ୍ରାକ୍ ଓ ତୀବ୍ରତା ବାବଦରେ କୌଣସି ପୂର୍ବାନୁମାନ କରି ନାହାନ୍ତି ଜାସନ୍ ନିକୋଲସ୍ । ଅନ୍ୟପଟେ ସମ୍ଭାବ୍ୟ ଲଘୁଚାପ କି ସାମୁଦ୍ରିକ ଝଡ଼ ନେଇ କୌଣସି ପୂର୍ବାମନୁମାନ କରିନି ଭାରତୀୟ ପାଣିପାଗ ବିଭାଗ ।