ଦେଶନ୍ୟୁଜ୍

ପରବର୍ତ୍ତୀ ସିଡିଏସ୍‌ ଦୌଡ଼ରେ ଜେନେରାଲ ନରବଣେ

ସତ୍ୟଶିଖା(ନୂଆଦିଲ୍ଲୀ) ୧୦.୧୨.୨୦୨୧:  ଦେଶର ପ୍ରଥମ ସିଡିଏସ୍‌ ଜେନେରାଲ ବିପିନ ରାୱତଙ୍କ ଅକାଳ ପରଲୋକ ପରେ ପରବର୍ତ୍ତୀ ସିଡିଏସ୍ ପାଇଁ ଚର୍ଚ୍ଚା ଆରମ୍ଭ ହୋଇଛି। ଜେନେରାଲ ରାୱତଙ୍କ ପରଲୋକ ପରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ ବୈଠକ ହୋଇଥିଲା। ବୈଠକରେ ଜେନେରାଲ ରାୱତଙ୍କ ଉତ୍ତରାଧିକାରୀ ମନୋନୟନ ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ତେବେ ପରବର୍ତ୍ତୀ ସିଡିଏସ୍ ଦୌଡରେ ବର୍ତ୍ତମାନର ସ୍ଥଳସେନା ମୁଖ୍ୟ ଜେନେରାଲ ଏମଏମ୍ ନରବଣେ ସର୍ବାଗ୍ରେ ରହିଛନ୍ତି। ଏହା ବ୍ୟତୀତ ନୌସେନା ମୁଖ୍ୟ ଭିଆର ଚୌଧରୀ ଓ ନୌସେନା ମୁଖ୍ୟ ଆଡମିରାଲ ଆର ହରି କୁମାର ରହିଛନ୍ତି। ଏହି ଦୁଇ ସେନା ଅଧିକାରୀ ଯଥାକ୍ରମେ ସେପ୍ଟେମ୍ବର ୩୦ ଓ ନଭେମ୍ବର ୩୦ରେ ନିଜ ଦାୟିତ୍ବ ଗ୍ରହଣ କରିଛନ୍ତି। ଅନ୍ୟପଟେ ଜେନେରାଲ ନରବଣେ ୨୦୨୨ ଏପ୍ରିଲରେ ଅବସର ଗ୍ରହଣ କରିବେ। ତେଣୁ ବରିଷ୍ଠତା ଦୃଷ୍ଟିରୁ ନରବଣେ ଆଗରେ ଅଛନ୍ତି। ନିୟମ ଅନୁଯାୟୀ ଜଣେ ସିଡିଏସ୍‌ ସର୍ବାଧିକ ୬୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ଅନ୍ୟପଟେ ତିନି ବାହିନୀର ମୁଖ୍ୟମାନେ ସର୍ବାଧିକ ୬୨ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିପାରିବେ।

Show More
Back to top button