ସତ୍ୟଶିଖା ୮.୦୯.୨୦୨୦ : ଦେଶରେ କରୋନା ମିଟର ଉପରମୁହାଁ । ଦିନକୁ ଦିନ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଯାହା ଦେଶବାସୀଙ୍କ ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି ।ଦିନକୁ ଦିନ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା l
ଦେଶରେ ୨୪ ଘଂଟାରେ ୭୫ ହଜାର ୮୦୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ଏଥିସହ ଦେଶର ମୋଟ କରୋନା ମୃତକଙ୍କ ସଂଖ୍ୟା ୪୨ ଲକ୍ଷ ୮୦ ହଜାର ୪୨୩ରେ ପହଁଚିଛି । ସେମାନଙ୍କ ମଧ୍ୟରୁ ୩୩ ଲକ୍ଷ ୨୩ ହଜାର ୯୫୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮ ଲକ୍ଷ ୮୩ ହଜାର ୬୯୭ ଜଣ ସକ୍ରିୟ ରୋଗୀ ଅଛନ୍ତି । ଅନ୍ୟପଟେ ଦେଶରେ ଦିନକରେ ୧ ହଜାର ୧୩୩ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ଦେଶରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୭୫ ହଜାର ୮୦୯ରେ ପହଁଚିଛି । ଏପଟେ ରାଜ୍ୟରେ କରୋନା ସଂକ୍ରମଣ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଟିକା ଆସିବା ପର୍ଯ୍ୟନ୍ତ ସତର୍କ ରହିବକୁ ପରାମର୍ଶ ଦିଆଯାଇଛି