ସତ୍ୟଶିଖା (ନୂଆଦିଲ୍ଲୀ) ୨୯/୧୦/୨୦୨୦ : ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲରେ କ୍ରମାଗତ ଦୁଇଟି ମ୍ୟାଚ୍ ହାରିସାରିଲାଣି । ରବିବାର ଚେନ୍ନାଇ ସୁପର କିଙ୍ଗସ ସହ ଥିଲା ବେଙ୍ଗାଲୁରୁର ମ୍ୟାଚ୍ । ସେଥିରେ ମଧ୍ୟ ସିଏସକେ ସହଜରେ ବିଜୟ ହାସଲ କରିଥିଲା । ମାତ୍ର ସେ ମ୍ୟାଚ୍ ଭିତରେ ବିରାଟ ଏମିତି କିଛି କାରନାମା କରି ଦେଖାଇଛନ୍ତି ଯାହା ଏବେ ସମସ୍ତଙ୍କୁ ବେଶ ପସନ୍ଦ ଆସିବା ସହ ସମସ୍ତଙ୍କ ମନ ମଧ୍ୟ ଜିଣିଛି ।
ଆଇପିଏଲ୍ ମଝିରେ ବିରାଟ କୋହଲି ପତ୍ନୀ ଅନୁଷ୍କା ଶର୍ମାଙ୍କୁ ଇସାରାରେ ପଚାରିଲେ -‘ତମେ ଖାଇଚ?’
