
ସତ୍ୟଶିଖା (ନୂଆଦିଲ୍ଲୀ) ୨୯/୧୦/୨୦୨୦ : ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲରେ କ୍ରମାଗତ ଦୁଇଟି ମ୍ୟାଚ୍ ହାରିସାରିଲାଣି । ରବିବାର ଚେନ୍ନାଇ ସୁପର କିଙ୍ଗସ ସହ ଥିଲା ବେଙ୍ଗାଲୁରୁର ମ୍ୟାଚ୍ । ସେଥିରେ ମଧ୍ୟ ସିଏସକେ ସହଜରେ ବିଜୟ ହାସଲ କରିଥିଲା । ମାତ୍ର ସେ ମ୍ୟାଚ୍ ଭିତରେ ବିରାଟ ଏମିତି କିଛି କାରନାମା କରି ଦେଖାଇଛନ୍ତି ଯାହା ଏବେ ସମସ୍ତଙ୍କୁ ବେଶ ପସନ୍ଦ ଆସିବା ସହ ସମସ୍ତଙ୍କ ମନ ମଧ୍ୟ ଜିଣିଛି ।ମ୍ୟାଚ୍ ଦେଖିବାକୁ ଆସିଥିଲେ ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା । ମ୍ୟାଚ୍ ମଝିରେ ସେ ଅନୁଷ୍କାଙ୍କ ସହ ଇସାରା ଇସାରାରେ କଥା ହୋଇଛନ୍ତି । ଇସାରାରେ ସେ ତାଙ୍କୁ ପଚାରିଲେ ଖାଇଚ କି ନାହିଁ? ତାଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ବେଶ ସୁନ୍ଦର ଭାବେ ରଖିଛନ୍ତି ଅନୁଷ୍କା । ଅନୁଷ୍କା ମଧ୍ୟ କିଛି କହି ଥମ୍ଦ ଅପ୍ କରିଛନ୍ତି । ସୋସିଆଲ ମିଡ଼ିଆରେ ଏହାର ଏକ ଛୋଟିଆ କ୍ଲିପ୍ ଭାଇରାଲ ହେଉଛି ।
ଭିଡିଓରେ ଦେଖିବାକୁ ମିଳୁଛି ଯେ ବିରାଟ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଟିମ୍ ସହ ଛିଡ଼ା ହୋଇଥିଲେ । ବିରାଟଙ୍କ ନଜର ଅନୁଷ୍କାଙ୍କ ଉପରେ ପଡ଼ିବାରୁ ତାଙ୍କୁ ଖାଇଛ କି ନାହିଁ ଇସାରାରେ ପ୍ରଶ୍ନ ପଚାରିଲେ । ତାଙ୍କ ଉତ୍ତରରେ ବିରାଟ ମଧ୍ୟ ହସିଥିବା ଦେଖାଯାଇଛି । ସୂଚନାଯୋଗ୍ୟ ଏବେ ଅନୁଷ୍କା ଗର୍ଭବତୀ ଅଛନ୍ତି । ସେ ଏବେ ଦୁବାଇରେ ରହି ବିରାଟଙ୍କୁ ଆଇପିଏଲ ମ୍ୟାଚରେ ସପୋର୍ଟ କରୁଛନ୍ତି । ପ୍ରତିଟି ମ୍ୟଚରେ ସେ ବିରାଟଙ୍କୁ ସମର୍ଥନ କରୁଥିବା ଦେଖାଯାଇଛି । ଏହା ପୂର୍ବରୁ ମଧ୍ୟ ଅନୁଷ୍କା ଆଇପିଏଲରେ ନଜର ଆସିଛନ୍ତି ।