ରାଜ୍ୟ

ମ୍ୟାଟ୍ରିକ୍ ଖାତା ଦେଖା ସ୍ଥଗିତ | Satyasikha

ଭୁବନେଶ୍ୱର (ସତ୍ୟଶିଖା): ୨୧ ତାରିଖରୁ ମ୍ୟାଟ୍ରିକ୍ ଖାତା ଦେଖା ହେବ ବୋଲି ଗତକାଲି ନିଷ୍ପତ୍ତି ହୋଇଥିବା ବେଳେ ଏହାକୁ ସ୍ଥଗିତ କରି ଦିଆଯାଇଛି। ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି। ବାତ୍ୟା ‘ଅମ୍ଫାନ’କୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି। ଖାତା ଦେଖା ନେଇ ପରବର୍ତ୍ତୀ ତାରିଖ ପରେ ଘୋଷଣା କରାଯିବ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି।

ଆହୁରି ପଢ଼ନ୍ତୁ

ପୂର୍ବରୁ ମେ’ ୨୦ ତାରିଖରୁ ମ୍ୟାଟ୍ରିକ୍ ଖାତା ଦେଖା ଆରମ୍ଭ କରାଯିବା ନେଇ ନିଷ୍ପତ୍ତି ହୋଇଥିଲା। ଏହା ପରେ ଏହାକୁ ୨୧ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା।

କାରୋନା ଓ ଲକ୍‌ଡାଉନ୍‌ ଯୋଗୁ ଏଥର ମ୍ୟାଟ୍ରିକ୍ ଖାତା ଦେଖାରେ ଅହେତୁକ ବିଳମ୍ବ ହୋଇଛି। ଖାତା ଦେଖିବାକୁ ପ୍ରଥମେ ୧୭ ହଜାର ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ପରେ ଆବଶ୍ୟକତା ଦୃଷ୍ଟିରୁ ଆଉ ୬ ହଜାରଙ୍କୁ ଏହି ଦାୟିତ୍ୱରେ ସାମିଲ କରାଯାଇଛି।

[ad_2]
Show More
Back to top button