ବାସ୍ତୁଶାସ୍ତ୍ର

ଘରର ମୁଖ୍ୟ କବାଟ ଭିତର ପଟକୁ ଖୋଲିଲେ ଏନର୍ଜି ଘର ମଧ୍ୟରେ ହିଁ ରହିଥାଏ

ସତ୍ୟଶିଖା(ଭୁବନେଶ୍ୱର) ୦୩.୦୪.୨୦୨୧:

ଘରର ମୁଖ୍ୟ କବାଟ ସବୁବେଳେ ବାସ୍ତୁ ଅନୁଯାୟୀ ନିର୍ମାଣ ହେବା ଦରକାର। ମୁଖ୍ୟ କବାଟ ସବୁବେଳେ ଭିତର ପଟକୁ ଯେପରି ଖୋଲିବ, ତାହାର ବ୍ୟବସ୍ଥା କରିବା ଦରକାର। ଏହାଦ୍ୱାରା ଘରର ଏନର୍ଜି ବା ଶକ୍ତି ଘର ମଧ୍ୟରେ ହିଁ ରହିଥାଏ ବୋଲି ବିଶ୍ୱାସ ରହିଛି। ଏହାବ୍ୟତୀତ କବାଟ ଖୋଲିବା ସମୟରେ ଯେପରି ତାହା ଶବ୍ଦ ନ କରେ, ସେଥିପ୍ରତି ଦୃଷ୍ଟି ଦେବା ଉଚିତ।

ଆପଣଙ୍କ ରୁମ୍‌ ମଧ୍ୟରେ ଯଦି ବିମ୍‌ ଯାଇଛି, ତେବେ ଧ୍ୟାନ ରଖିବେ ଯେପରି ବିମ୍‌ ତଳେ ବେଡ ନ ପଡ଼େ। ଏହା ସ୍ୱାସ୍ଥ୍ୟ ପାଇଁ ଶୁଭ ନୁହେଁ।

ଘର ନିର୍ମାଣ ବେଳେ ଧ୍ୟାନ ରଖିବେ ଯେପରି କୌଣସି ରୁମ୍‌ର ୫ଟି କୋଣ ନ ରୁହେ। ଯଦି ଏପରି ହୋଇଯାଇଛି, ତେବେ ନିଜ ଘରକୁ ଦୁଷ୍ଟ ଶକ୍ତି କବଳରୁ ରକ୍ଷା କରିବାକୁ  ଆପଣ ବାଉଁଶର ଏକ ବଂଇଶୀକୁ ଘରେ ଝୁଲାଇ ଦିଅନ୍ତୁ।

ଘରେ ଥିବା ଆଲମିରା ଓ ବେଡ୍‌ ଘରର ଦକ୍ଷିଣ-ପଶ୍ଚିମ କାନ୍ଥକୁ ଲାଗିକି ରହିବା ଉଚିତ। ଏପରି ରଖିବେ ଯେପରି ଉତ୍ତର-ପୂର୍ବ ଦିଗରୁ ଅଳ୍ପ ଦୂରତା ବଜାୟ ରହୁଥିବ।

Show More
Back to top button