ସତ୍ୟଶିଖା( ଭୁବନେଶ୍ୱର )୧୫.୦୭ . ୨୦୨୨: ରାଜ୍ୟରେ ଉପରମୁହାଁ କରୋନା ଗ୍ରାଫ। ଗତ ୨୪ ଘଣ୍ଟାରେ ୧୦୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୦୦ ଜଣ ଅଛନ୍ତି।
ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କରାଯାଇଥିବା ଟ୍ୱିଟ୍ ଅନୁଯାୟୀ, ଏହି ୧୦୪୩ ଜଣ ଆକ୍ରାନ୍ତଙ୍କ ୬୦୯ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୪୩୪ ଟି ହେଉଛି ଲୋକାଲ୍ କେସ୍।ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୦୫, ସୁନ୍ଦରଗଡ଼ରୁ ୬୫ ଓ ଷ୍ଟେଟ୍ପୁଲ୍ରୁ୭୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ବାଲେଶ୍ୱରରୁ ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୨,ଭଦ୍ରକ ୭,ବଲାଙ୍ଗିରରୁ ୭, ବୌଦ୍ଧରୁ ୧୩, ଦେବଗଡ଼ରୁ ୪,ଢେଙ୍କାନାଳରୁ୩, ଗଜପତି ୧୦,ଗଞ୍ଜାମ ୬,ଜଗତସିଂହପୁରରୁ ୨୨, ଯାଜପୁରରୁ୧୮, ଝାରସୁଗୁଡ଼ା ୧୨,କଳାହାଣ୍ଡି ୧୦, କନ୍ଧମାଳ ୨,କେନ୍ଦ୍ରାପଡ଼ା ୧୫, କେନ୍ଦୁଝର ୬, କୋରାପୁଟ ୪,ମୟୂରଭଞ୍ଜ ୨୮, ନବରଙ୍ଗପୁର ୯, ନୟାଗଡ଼ ୧୯, ନୂଆପଡ଼ା ୯, ପୁରୀ ୨୮, ରାୟଗଡ଼ାରୁ ଜଣେ, ସମ୍ବଲପୁରରୁ ୩୧ ଓ ସୋନପୁରରୁ ୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
୧୦୪୩ ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୭,୧୭୫ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୨,୮୩,୧୬୯ ଜଣ ସୁସ୍ଥ ହୋଇସାରିଛନ୍ତି। ଏବେ ୪୮୨୫ ଜଣ ଚିକିତ୍ସାଧୀନ ଅଛନ୍ତି।
ସମ୍ବନ୍ଧିତ ଖବର
-
ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । -
ବଜ୍ରପାତରେ ପୋଡ଼ିଗଲା ଲିଙ୍ଗରାଜ ମନ୍ଦିରର ପତାକା । -
ଧନ୍ତେରାସ ପୂର୍ବରୁ ସୁନା ଏବଂ ରୁପା ଦର ଉପରମୁହାଁ l -
କଟକରେ ୩୬ ଘଣ୍ଟା କର୍ଫ୍ୟୁ ବଳବତ୍ତର ରହିଛି । -
ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର ମହାକାର୍ତ୍ତିକ ବ୍ରତ। -
କଟକରେ ଭସାଣ ବେଳେ ଗଣ୍ଡଗୋଳ । -
ଆଜି ମେଲାଣି ନେବେ ଜଗତଜନନୀ ମା’ ଦୁର୍ଗା । -
ଧରାବତରଣ କରିଛନ୍ତି ଜଗତଜନନୀ ମା’ ଦୁର୍ଗା । -
ହରିୟାଣାର ସୋନିପତ ଜିଲ୍ଲାରେ ଭୂମିକମ୍ପ ଝଟକା। -
ଧରାପୃଷ୍ଠକୁ ଅବତରଣ କରିବେ ମାଆ ଜଗତଜନନୀ ।
