

ସତ୍ୟଶିଖା(ଭୁବନେଶ୍ୱର) ୧୪.୧୨.୨୦୨୧: ନୟାଗଡ: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେଲା ନୟାଗଡ । ଏଣିକି ସ୍ମାର୍ଟ ହେଲଥ କାର୍ଡରେ ସ୍ବାସ୍ଥ୍ୟ ସେବାର ସୁବିଧା ପାଇବେ ଜିଲ୍ଲାବାସୀ । ଏ ନେଇ ଆଜି ଭିସି ଯୋଗେ ସ୍ମାର୍ଟ ହେଲଥ କାର୍ଡର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସ୍ଥାନୀୟ PTS ପଡ଼ିଆଠାରେ ଆୟୋଜିତ କାର୍ୟ୍ୟକ୍ରମରେ ସିଧାସଳଖ ଯୋଡି ହୋଇ ସ୍ମାର୍ଟ ହେଲଥ କାର୍ଡର ଶୁଭାରମ୍ଭ କରିବା ସହ ୧୦୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଏବଂ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ଯୋଜନାରେ ୨ଲକ୍ଷ, ୨୪ହଜାର ୩୬୮ଟି ପରିବାରର ୭ ଲକ୍ଷ ୭୩ହଜାର ୧୮୩ ହିତାଧିକାରୀ ଉପକୃତ ହେବେ । ଏହି କାର୍ୟ୍ୟକ୍ରମରେ ଜିଲ୍ଲାପାଳ ପୋମା ଟୁଡୁ, ଉଚ୍ଚ ଶିକ୍ଷାମନ୍ତ୍ରୀ ମନ୍ତ୍ରୀ ଅରୁଣ ସାହୁ ,ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଓ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।