

ସତ୍ୟଶିଖା ( ଭୁବନେଶ୍ୱର ) ୦୩ /୧୨ /୨୦୨୧: ଗତ ୨୪ ଘଣ୍ଟା ମଧ୍ୟରେ ୨୭୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦିନକ ମଧ୍ୟରେ ୩ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୫୯ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୧୧୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୫୭ ଜଣ ରହିଛନ୍ତି ।
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୧୨୪ ଜଣ, ଢ଼େଙ୍କାନାଳରୁ ୨୦ ଜଣ, କଟକରୁ ୧୬ ଜଣ, ସୁନ୍ଦରଗଡ଼ରୁ ୧୪ ଜଣ, ଯାଜପୁର ଓ ମୟୂରଭଞ୍ଜରୁ ୧୦ ଜଣ, ଝାରସୁଗୁଡ଼ାରୁ ୯ ଜଣ, ସମ୍ବଲପୁରରୁ ୭ ଜଣ, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରୁ ୫ ଜଣ ଲେଖାଁଏ, ବାଲେଶ୍ବର ଓ ଗଞ୍ଜାମ ଜିଲ୍ଲାରୁ ୪ ଜଣ ଲେଖାଁଏ, ବଲାଙ୍ଗୀରରୁ ୩ ଜଣ, ଅନୁଗୁଳ, କେନ୍ଦୁଝର ଓ ନୟାଗଡ଼ ଜିଲ୍ଲାରୁ ୨ ଜଣ ଲେଖାଁଏ, ଭଦ୍ରକ,ଜଗତସିଂହପୁର ଓ ନବରଙ୍ଗପୁର ଜିଲ୍ଲାରୁ ଜଣେ ଲେଖାଁଏ ରହିଛନ୍ତି। ରାଜ୍ୟରେ ଏପର୍ଯ୍ୟନ୍ତ କରୋନାରୁ ମୋଟ ୧୦୩୮୯୭୧ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏହାବ୍ୟତୀତ ୨୪୨୫ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି ।