ନ୍ୟୁଜ୍ବାଣିଜ୍ୟ

୬ ଦିନରେ ନିବେଶକଙ୍କ ଲାଭ ୧୬.୭୦ ଲକ୍ଷ କୋଟି ଟଙ୍କା

ସତ୍ୟଶିଖା ୦୯/୦୨/୨୦୨୧ : ବଜେଟ ଦିନ (ଫେବ୍ରୁଆରି ୧ ତାରିଖ)ରୁ ସେନସେକ୍ସ ବଢ଼ିବାରେ ଲାଗିଛି । ଏହି ସମୟ ମଧ୍ୟରେ ସେ‌ନସେକ୍ସ ୫୦୬୩ ପଏଣ୍ଟ ବା ୧୦.୯୩ ପ୍ରତିଶତ ଉପରକୁ ଉଠିଛି । ଏଥିଯୋଗୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କମ୍ପାନି ଗୁଡ଼ିକର ବଜାରପୁଞ୍ଜି ୨୦୨୮୨୭୯୮.୦୮ କୋଟି ଟଙ୍କାରେ ପହଞ୍ଚିଛି । ଫଳରେ ନିବେଶକମାନଙ୍କ ସଂପତ୍ତି ଏହି ସମୟ ମଧ୍ୟରେ ୧୬ ଲକ୍ଷ ୭୦ ହଜାର କୋଟି ଟଙ୍କାରୁ ଅଧିକ ବୃଦ୍ଧି ଘଟିଛି । ସୋମବାର ସେନସେକ୍ସରେ ୬୧୭.୧୪ ପଏଣ୍ଟ ବା ୧.୨୨ ପ୍ରତିଶତ ବୃଦ୍ଧି ଘଟି ପ୍ରଥମ ଥର ପାଇଁ ୫୧ ହଜାର ପଏଣ୍ଟ ଉପରେ ବନ୍ଦ ହୋଇଛି ।

Show More
Back to top button