ପୁରୀରେ ତିନି ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼

ସତ୍ୟଶିଖା ( ପୁରୀ ) ୨୪ /୧୧ /୨୦୨୧: ପୁରୀରେ ମମିତାକୁ ନ୍ୟାୟ ନିଆଁ । ୩ ମନ୍ତ୍ରୀଙ୍କୁ ପୁରୀରେ ଅଣ୍ଡାମାଡ଼ । ମାଳତିପାଟପୁର ନିକଟରେ ଜଙ୍ଗଲମନ୍ତ୍ରୀ ବିକ୍ରମ କେଶରୀଙ୍କ ଗାଡ଼ି ଉପରକୁ  ଅଣ୍ଡାମାଡ଼ ହୋଇଛି । ସେହିପରି ବଡ଼ଦାଣ୍ଡରେ ମନ୍ତ୍ରୀ ସମୀର ଦାସ ଓ ତୁଷାରକାନ୍ତି ବେହେରାଙ୍କୁ କଳାପତାକା ପ୍ରଦର୍ଶନ ସହ ଅଣ୍ଡା ଓ ଗୋବର ମାଡ଼ କରିଛି ବିଜେପି। ପୁରୀ ଶ୍ରୀମନ୍ଦିର ପରିକ୍ରମା ମାର୍ଗର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ମାଳତୀପାଟପୁର ନିକଟରେ ଅଣ୍ଡାମାଡ଼ କରାଯାଇଥିବା ସୂଚନା ମିଳିଛି।

ଥମୁନି ମମିତା ନିଆଁ। ମମିତାକୁ ନ୍ୟାୟ ଦେବା ପାଇଁ ବିଜେପି ତରଫରୁ ସାରା ବିକ୍ଷୋଭ ଦେଖିବାକୁ ମିଳିଛି। ଏପରିକୁ ଦସ୍ତଖତ ଅଭିଯାନ, କଳାମାସ୍କ ବଣ୍ଟନ ଆଦି ହୋଇଛି।

Exit mobile version