

ସତ୍ୟଶିଖା(ଭୁବନେଶ୍ୱର) ୨୨.୦୭.୨୦୨୧: କରୋନାକୁ ମାତ ଦେବା ପାଇଁ ରାଜ୍ୟ ସରକାର ବିଭିନ୍ନ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ଆଶାନୁରୂପକ ସଫଳତା ମିଳିପାରୁନାହିଁ । ବର୍ତ୍ତମାନ ସୁଦ୍ଧା ଦ୍ୱିତୀୟ ଲହରର କୋପ କମିନାହିଁ । ତେବେ କୋଭିଡର ଦ୍ୱିତୀୟ ଲହର ଓ ଡେଲଟା ଭାଇରସ ନେଇ ଆଇଏଲଏସ ନିଦେ୍ର୍ଧଶକ ଏକ ବଡ଼ ସୂଚନା ଦେଇଛନ୍ତି । ଓଡ଼ିଶାରେ ୯୩ ପ୍ରତିଶତ ଡେଲଟା ସଂକ୍ରମିତ ବୋଲି ସେ ସୂଚନା ଦେଇଛନ୍ତି ।
ଏହାଛଡ଼ା ସେ କହିଛନ୍ତି ଯେ, ଦ୍ୱିତୀୟ ଲହରରେ ଡେଲଟା ଭାଇରସ ମଣିଷ ଦେହରେ ମାସେ ସକ୍ରିୟ ରହୁଛି । ପ୍ରଥମ ଲହରରେ ଭାଇରସ ମଣିଷ ଦେହରେ ୧୫ ଦିନ ସକ୍ରିୟ ରହୁଥିଲା । ଡେଲଟା ଭାଇରସ ଯୋଗୁ ଓଡ଼ିଶାରେ ଅଧିକ ସଂଖ୍ୟକ ପଜିଟିଭ ହୋଇଛନ୍ତି । ଓଡ଼ିଶାରେ ସଂକ୍ରମିତଙ୍କ ମଧ୍ୟରୁ ୯୩ ପ୍ରତିଶତ ଡେଲଟା ଦ୍ୱାରା ସଂକ୍ରମିତ । ଦେଶରେ ୬୫ ହଜାର ସିକୁଏନ୍ସିଂ ହୋଇଛି । ଏଥିରୁ ୯୬ ପ୍ରତିଶତ ଡେଲଟା ସଂକ୍ରମିତ । ତେବେ ଲୋକେ କଟକଣା ମାନୁନଥିବାରୁ କିଛି ଜିଲ୍ଲାରେ ଧୀରେ ଧୀରେ କମୁଛି ବୋଲି ଆଇଏଲଏସ ନିଦେ୍ର୍ଧଶକ ସୂଚନା ଦେଇଛନ୍ତି ।