ସତ୍ୟଶିଖା( ଭୁବନେଶ୍ୱର )୨୯.୦୭ . ୨୦୨୨: ଓଡ଼ିଶାର ମୋଟ ଜନସଂଖ୍ୟାର ୨୯.୩୫% ଲୋକ ଗରିବ ବୋଲି ଆକଳନ କରାଯାଇଛି । ଜାତୀୟ ହାର ତୁଳନାରେ ଓଡ଼ିଶାରେ କମ୍ ଗରିବ ଅଛନ୍ତି ବୋଲି ରାଜ୍ୟ ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢ଼ୋଲକିଆ ସୂଚନା ଦେଇଛନ୍ତି।
ଆଜି ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ଢ଼ୋଲକିଆ ଦର୍ଶାଇଛନ୍ତି ଯେ, ଦାରିଦ୍ର୍ୟ ଦୂରୀକରଣ ପାଇଁ ରାଜ୍ୟ ଚାଲିଥିବା ଓଡ଼ିଶା ଜୀବିକା ମିଶନ, କାଳିଆ ଓ ମମତା ଯୋଜନାରେ ଆର୍ଥିକ ସହାୟତା, ବିଜୁ ପକ୍କାଘର, ରିହାତି ଦରରେ ଖାଦ୍ୟଶସ୍ୟ ଯୋଗାଣ, ଦକ୍ଷତା ଓ ମିଶନ ଶକ୍ତି ମାଧ୍ୟମରେ ମହିଳାଙ୍କୁ ଆର୍ଥିକ ସଶକ୍ତିକରଣ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ନଗଦ ବିହୀନ ଚିକିତ୍ସା, ମନରେଗା ଓ ମୁକ୍ତା ରୋଜନାରେ ରୋଜଗାରର ସୁବ୍ୟବସ୍ଥା ଇତ୍ୟିାଦି ଉଲ୍ଲେଖନୀୟ । ଏହାର ପ୍ରଭାବରେ ରାଜ୍ୟରେ ସମ୍ପୂର୍ଣ୍ଣ ଦାରିଦ୍ର୍ୟର ହ୍ରାସ ଘଟୁଛି।ଯୋଜନା ଆୟୋଗଙ୍କ ଦ୍ୱାରା ତେନ୍ଦୁଲକର ଶୈଳୀରେ ହୋଇଥିବା ଆକଳନ ଅନୁସାରେ ଦାରିଦ୍ର୍ୟ ହାର ୨୦୦୪-୦୫ ମସିହାରେ ୫୭.୨% ଥିଲାବେଳେ ୨୦୧୧-୧୨ ମସିହାରେ ୩୨.୬ ପ୍ରତିଶତକୁ ହ୍ରାସ ପାଇଥିଲା । ୨୦୦୪-୦୫ରୁ ୨୦୧୧-୧୨ ବର୍ଷ ମଧ୍ୟରେ ରାଜ୍ୟର ଦାରିଦ୍ର୍ୟ ହାର ୨୪.୬ ପ୍ରତିଶତ ହ୍ରାସ ହୋଇଛି।
ତେବେ ରାଜ୍ୟର ଦାରିଦ୍ର୍ୟକୁ ମାପିବାର ଏକ ନୂଆ ପଦ୍ଧତି ହେଉଛି ମଲଟି ଡିମେନସିଆଲ ପ୍ରଭର୍ଟି ଇଣ୍ଡେକ୍ସ(ଏମପିଆଇ) ଅନୁସାରେ ସ୍ୱାସ୍ଥ୍ୟ, ଶିକ୍ଷା ଓ ଜୀବନ ଧାରଣର ମାନକୁ ନେଇ ଦାରିଦ୍ର୍ୟର ସଂଜ୍ଞା ନିରୂପଣ ହୋଇଥାଏ । ଓଡ଼ିଶାରେ ଦ୍ରାରିଦ୍ୟର ତୀବ୍ରତା ୪୬.୨ ପ୍ରତିଶତ ଥିବାବେଳେ ଜାତୀୟ ହାର ୪୭.୧୩ ପ୍ରତିଶତଠୁ ଏହା କମ୍ ରହିଛି ବୋଲି ମନ୍ତ୍ରୀ ଶ୍ରୀ ଢ଼ୋଲକିଆ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ଜଣାଇଛନ୍ତି।
ସମ୍ବନ୍ଧିତ ଖବର
-
ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । -
ବଜ୍ରପାତରେ ପୋଡ଼ିଗଲା ଲିଙ୍ଗରାଜ ମନ୍ଦିରର ପତାକା । -
ଧନ୍ତେରାସ ପୂର୍ବରୁ ସୁନା ଏବଂ ରୁପା ଦର ଉପରମୁହାଁ l -
କଟକରେ ୩୬ ଘଣ୍ଟା କର୍ଫ୍ୟୁ ବଳବତ୍ତର ରହିଛି । -
ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର ମହାକାର୍ତ୍ତିକ ବ୍ରତ। -
କଟକରେ ଭସାଣ ବେଳେ ଗଣ୍ଡଗୋଳ । -
ଆଜି ମେଲାଣି ନେବେ ଜଗତଜନନୀ ମା’ ଦୁର୍ଗା । -
ଧରାବତରଣ କରିଛନ୍ତି ଜଗତଜନନୀ ମା’ ଦୁର୍ଗା । -
ହରିୟାଣାର ସୋନିପତ ଜିଲ୍ଲାରେ ଭୂମିକମ୍ପ ଝଟକା। -
ଧରାପୃଷ୍ଠକୁ ଅବତରଣ କରିବେ ମାଆ ଜଗତଜନନୀ ।
