ନ୍ୟୁଜ୍ରାଜ୍ୟ

ଆଇଏଏସ ସ୍ତରରେ ବଡ଼ଧରଣର ଅଦଳବଦଳ: ୧୧ ଜିଲ୍ଲାପାଳ ଓ ୩ ମହାନଗର ନିଗମ କମିଶନରଙ୍କ ବଦଳି

ସତ୍ୟଶିଖା( ଭୁବନେଶ୍ୱର )୧୭.୦୬. ୨୦୨୨ : ରାଜ୍ୟ ସରକାର ଆଜି ଜିଲ୍ଲାପାଳ ଓ ଆଇଏଏସ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ୧୧ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ଭୁବନେଶ୍ୱର,କଟକ ଓ ବ୍ରହ୍ମପୁର ମହାନଗର ନିଗମର କମିଶନରଙ୍କୁ ବଦଳି କରାଯାଇଛି । ଏହାସହିତ ଓଏଏସ ଅଫିସରଙ୍କ ହାତରେ ଥିବା ଖୋର୍ଦ୍ଧା, ଭଦ୍ରକ, ରାୟଗଡ଼ା ଜିଲ୍ଲାର ଜିଲ୍ଲାପାଳ ପଦବୀକୁ ମଧ୍ୟ ସେମାନଙ୍କଠୁ ଛଡ଼ାଇ ନେଇ ଆଇଏଏସ୍ ଅଫିସରଙ୍କ ହାତରେ ନ୍ୟସ୍ତ କରାଯାଇଛି ।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ୨୦୧୦ ବ୍ୟାଚ୍ ଆଇଏଏସ୍ ତଥା ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କୁ ଜଳସମ୍ପଦ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଥିବାବେଳେ କନ୍ଧମାଳ ଜିଲ୍ଲାପାଳ ଆଇଏଏସ୍ ବୃନ୍ଦା ଡିଙ୍କୁ ଓଡ଼ିଶା ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ବାଲେଶ୍ୱର ଜିଲ୍ଲାର ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଓ ସେଠାରେ ଥିବା ବରିଷ୍ଠ ଓଏଏସ୍ ସଂଗ୍ରାମ କୁମାର ମହାପାତ୍ରଙ୍କୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରୋଜେକ୍ଟ ନିର୍ଦ୍ଦେଶକ ଭାବେ ବଦଳି ହୋଇଛି । ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରୋଜେକ୍ଟ ନିର୍ଦ୍ଦେଶକ ଥିବା ଆଇଏଏସ୍ ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ କୃଷି ଓ ଖାଦ୍ୟ ଉତ୍ପାଦନ ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି ।

ସୁନ୍ଦରଗଡ଼ ଜିଲ୍ଲାପାଳ ଆଇଏଏସ୍ ନିଖିଳ ପବନ କଲ୍ୟାଣଙ୍କୁ କଟକ ମ୍ୟୁନିସପାଲଟି କମିଶନର ଭାବେ ବଦଳି ହୋଇଛି । ସେ କଟକ ଉନ୍ନୟନ ପ୍ରାଧିକରଣର ଉପାଧ୍ୟକ୍ଷ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।

ଗଞ୍ଜାମ ଜିଲ୍ଲାପାଳ ତଥା ୨୦୧୩ ବ୍ୟାଚ୍ ଆଇଏଏସ୍ କୁଲାଙ୍ଗେ ବିଜୟ ଅମୃତଙ୍କୁ ଭୁବନେଶ୍ୱର ମହାନଗର ନିଗମର କମିଶନର ଭାବେ ବଦଳି କରାଯାଇଛି। ଭୁବନେଶ୍ୱର ମହାନଗର ନିଗମ କମିଶନର ପଦବୀକୁ ଯୁଗ୍ମ ସଚିବ ପାହ୍ୟା ସହ ସମାନ କରାଯାଇଛି । ଏହାସହିତ ସେ କ୍ରୁଟ ପରିଚାଳନା ନିର୍ଦ୍ଦେଶକ ଓ ବିଏସସିଏଲ୍ ସିଇଓ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ସେହିପରି ଜଳସମ୍ପଦ ବିଭାଗର ଯୁଗ୍ମ ସଚିବ ଆଇଏଏସ ମଧୁସ୍ମତା ସାହୁଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଯୁଗ୍ମ ସଚିବ, ଭାବେ ବଦଳି ହୋଇଛନ୍ତି ।

Show More
Back to top button