

ସତ୍ୟଶିଖା( ଥିରୁଅନନ୍ତପୁରମ )୦୩.୦୬. ୨୦୨୨ : ସଂସଦରେ ପାରିତ ହୋଇଥିବା ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ କେରଳରେ କେବେ ହେଲେ ଲାଗୁ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ପନରାୟୀ ବିଜୟନ ଗୁରୁବାର ଘୋଷଣା କରିଛନ୍ତି। କ୍ରମାଗତ ଦ୍ୱିତୀୟଥର ପାଇଁ କେରଳରେ କ୍ଷମତା ଦଖଲ କରିଥିବା ବିଜୟନ ସରକାରଙ୍କ ବର୍ଷପୂର୍ତ୍ତି ପାଇଁ ଗୋଟିଏ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଏହାର ଉଦଯାପନୀ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ବିଜୟନ କହିଛନ୍ତି, “ସିଏଏକୁ ନେଇ କେରଳ ସରକାର ନିଜର ଆଭିମୁଖ୍ୟ ପୂର୍ବରୁ ସ୍ପଷ୍ଟ କରି ସାରିଛନ୍ତି। ଏହି ଆଭିମୁଖ୍ୟ ଆଗକୁ ମଧ୍ୟ ଜାରି ରହିବ। କେରଳରେ କେବେ ହେଲେ ସିଏଏ ଲାଗୁ ହେବନି।”
ମୁଖ୍ୟମନ୍ତ୍ରୀ କହିଛନ୍ତି, “ଆମେ ଦେଶ ସମ୍ବିଧାନରେ ଉଲ୍ଲେଖ ଥିବା ଧର୍ମନିରପେକ୍ଷ ନୀତି ଅନୁସାରେ କାର୍ଯ୍ୟ କରିଥାଏ। ଏବେ କିନ୍ତୁ ଧର୍ମନିରପେକ୍ଷତାକୁ ଧ୍ୱଂସ କରିବାକୁ ବାରମ୍ବାର ଉଦ୍ୟମ କରାଯାଉଛି। କିଛି ନିର୍ଦ୍ଦିଷ୍ଟ ବର୍ଗର ଲୋକ ଏନେଇ ବେଶ ଚିନ୍ତିତ ରହିଛନ୍ତି। ନିକଟରେ ଘଟିଥିବା ଗୋଟିଏ ଗ୍ରୁପର ଲୋକମାନେ ଧର୍ମ ଆଧାରରେ ନାଗରିକତ୍ୱ ପ୍ରଦାନ କରିବାକୁ ଚାହୁଁଛନ୍ତି। କେରଳ ସରକାର ଏପରି ଘଟଣା ବିରୋଧରେ ବେଶ ସ୍ପଷ୍ଟତାର ସହ ଛିଡ଼ା ହୋଇଛନ୍ତି।