

ସତ୍ୟଶିଖା (ନୂଆଦିଲ୍ଲୀ) ୦୮.୧୦.୨୦୨୦ : କୌନ ବନେଗା କରୋଡ ପତି (କେବିସି) ଶୋ’ର ପ୍ରତିଟି ଏପିସୋଡ ସ୍ବତନ୍ତ୍ର ହୋଇଥାଏ । ଶୋ’କୁ ଖାସ୍ କରିଥାନ୍ତି ଏହାର ସଞ୍ଚାଳକ ଅମିତାଭ ବଚ୍ଚନ ଓ ପ୍ରଶଂସକ । ଶୋ’ରେ ପଚରାଯାଉ ଥିବା ପ୍ରଶ୍ନ ସମସ୍ତଙ୍କ ମନକୁ ଜିତିଥାଏ । ପ୍ରଶ୍ନରେ ଲୋକଙ୍କ ଭାଗ୍ୟ ବଦଳିବାକୁ ବେଶି ସମୟ ଲାଗି ନ ଥାଏ । ଏଥିରେ ପ୍ରତ୍ୟେକ ପ୍ରତିଯୋଗୀ କିଛି ନା କିଛି ଟଙ୍କା ନିହାତି ଜିତନ୍ତି ।
କେବିସିର ସିଜନ ୧୨ର ଗତ ଏପିସୋଡରେ ରାଜସ୍ଥାନ ନିବାସୀ ରଘୁନାଥ ରାମ ଆସିଥିଲେ । ସେ ପେଶାରେ ଜଣେ ବଢ଼େଇ । ନବମ ଶ୍ରେଣୀ ଯାଏଁ ପାଠ ପଢ଼ିଛନ୍ତି । ଶୋ’ରେ ସେ ଏତେ ଭଲ ପ୍ରଦର୍ଶନ କଲେ ଯେ ହଟ୍ସିଟରେ ପହଞ୍ଚି ୬.୪୦ ଲକ୍ଷ ଟଙ୍କା ଜିତିଲେ । ତେବେ ସେ ୬.୪୦ ଲକ୍ଷ ଟଙ୍କାର ଯେଉଁ ପ୍ରଶ୍ନର ଉତ୍ତର ଦେଇଛନ୍ତି ତାହା ଥିଲା ହିନ୍ଦୁ ଧର୍ମଗ୍ରନ୍ଥ ‘ରାମାୟଣ’କୁ ନେଇ । କ’ଣ ଆପଣ ଏ ପ୍ରଶ୍ନର ଉତ୍ତର ଜାଣନ୍ତି?
ପ୍ରଶ୍ନ ଥିଲା ରାମାୟଣ ଅନୁସାରେ ରାବଣଙ୍କ ଖଣ୍ଡାର ନାଁ କ’ଣ? ଏ ପ୍ରଶ୍ନର ସଠିକ ଉତ୍ତର ରଖିଥିଲେ ରଘୁନାଥ । ରାବଣଙ୍କ ଖଣ୍ଡାର ନାଁ ‘ଚନ୍ଦ୍ରହାସ’ । ତେବେ ରଘୁନାଥ ୧୨.୫୦ ଲକ୍ଷ ଟଙ୍କାର ଉତ୍ତର ନ ଦେଇ ପାରି ଖେଳରୁ ଓହରି ଯିବା ନିଷ୍ପତି ନେଲେ । ତେବେ ସେ ପ୍ରଶ୍ନର ଉତ୍ତର ୬ ସେକେଣ୍ଡରେ ଦେଇ ଥିଲେ । ସେ ମଧ୍ୟ କରୋନା ମହାମାରୀରେ ପ୍ରଭାବିତ ହୋଇଛନ୍ତି । ଆର୍ଥିକ ପରିସ୍ଥିତ ଭଲ ନ ଥିବାରୁ ଅଧିକ ପାଠ ପଢ଼ି ନ ଥିବା ଶୋ’ରେ ସେ ଅମିତାଭ ବଚ୍ଚନଙ୍କୁ କହିଛନ୍ତି ।