ସତ୍ୟଶିଖା (କନ୍ଧମାଳ) ୧୫.୧୨.୨୦୨୦ : କରୋନା ପାଇଁ ସବୁ ଶନିବାର ସରକାରୀ ଅଫିସ ଛୁଟି । ଏଭଳି ନିର୍ଦ୍ଦେଶନାମା ସରକାର ଜାରି କରିଛନ୍ତି । ସଂପ୍ରତି କରୋନା ସଂକ୍ରମଣ କମିଛି । ହେଲେ ଶନିବାର ଛୁଟି ନିର୍ଦ୍ଦେଶନାମା ଉଠିନାହିଁ । ଶନିବାର ଛୁଟି ଯୋଗୁ କନ୍ଧମାଳରେ ଅଫିସର ଗୁରୁବାର ହାଜିରା ପକାଇ ପଳାଇ ଯାଉଛନ୍ତି । ଅଫିସର ଯିବା ପରେ ତଳିଆ କର୍ମଚାରୀ ବି ଅଫିସକୁ ଆସୁନାହାନ୍ତି । କହିବାକୁ ଗଲେ କନ୍ଧମାଳରେ ବହୁ ଅଫିସ ମାତ୍ର ୨ ଦିନ ଖୋଲା ରହୁଛି । ଅଫିସର ରହୁନାହାନ୍ତି । ଆଉ କର୍ମଚାରୀ ଆସୁନାହାନ୍ତି । ଏଥିଯୋଗୁଁ କୌଣସି କାମରେ ଜିଲ୍ଲାର ଦୂରଦୂରାନ୍ତରୁ ଆସୁଥିବା ଲୋକମାନେ ନିରାଶ ହୋଇ ଫେରିବା ସହ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କରୋନା ସଂକ୍ରମଣ ହୁହୁ ହୋଇ ବଢିବା ଫଳରେ ଅଧା କର୍ମଚାରୀଙ୍କୁ ନେଇ ଅଫିସ ଚାଲିବ । ତାପରେ ପରେ ପ୍ରତି ଶନିବାର ଅଫିସ ଛୁଟି ରହିବ ବୋଲି ସରକାର ନିର୍ଦ୍ଦେଶନାମା ଜାରି କଲେ।ଯେତେବେଳେ ଅଧା କର୍ମଚାରୀଙ୍କୁ ନେଇ ଅଫିସ ଚାଲିବ ବୋଲି କୁହାଗଲା ।
କନ୍ଧମାଳରେ ସପ୍ତାହରେ ୨ ଦିନ ଚାଲେ ଅଫିସ
