ଏକାନ୍ତବାସରେ କାହାକୁ ଝୁରୁଛନ୍ତି ସୋନମ?


ନୂଆଦିଲ୍ଲୀ: ସୋଶାଲ ମିଡିଆରେ ବେଶ ସକ୍ରିୟ ରୁହନ୍ତି ସୋନମ କପୁର ଆହୁଜା। କିଛିଦିନ ତଳେ ସେ ନିଜ ସ୍ୱାମୀ ଆନନ୍ଦ ଆହୁଜାଙ୍କ ସହ ଲଣ଼୍ଡନରୁ ଭାରତ ଫେରିଛନ୍ତି। କରୋନା ଭୂତାଣୁ ସଂକ୍ରମଣ ରୋକିବା ଦିଗରେ ସତର୍କତା ଅବଲମ୍ବନ କରି ସୋନମ ନିଜକୁ ସେଲ୍ଫ ଆଇସୋଲେସନରେ ରଖିଛନ୍ତି।
ସୋନମ ଲଣ୍ଡନରୁ ଫେରି ବର୍ତ୍ତମାନ ଦିଲ୍ଲୀରେ ନିଜ ଶାଶୁଘରେ ଅଛନ୍ତି। ସତର୍କତା ଦୃଷ୍ଟିରୁ ସେ ଅନ୍ୟମାନଙ୍କ ସହ ମିଳାମିଶା କରୁନାହାନ୍ତି ଓ ଏକାନ୍ତବାସ କରୁଛନ୍ତି। ଏଣୁ ନିଜର ସମୟ ଅତିବାହିତ କରିବା ପାଇଁ ସେ ସୋଶାଲ ମିଡିଆ ଉପରେ ହିଁ ଅଧିକ ନିର୍ଭର କରୁଛନ୍ତି। ଏହାରି ଭିତରେ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ପୁରୁଣା ଫଟୋ ଶେୟାର କରିଛନ୍ତି। ଏଥିରେ ସେ ବାପା ଅନିଲ କପୁର ଏବଂ ଭଉଣୀ ରିୟା କପୁରଙ୍କ ସହ ନଜରକୁ ଆସିଛନ୍ତି। ଫଟୋଟି ଶେୟାର କରି ସୋନମ କ୍ୟାପଶନରେ ‘ମିସ୍ ୟୁ’ ବୋଲି ଲେଖିଛନ୍ତି।
ଏଠାରେ କହି ରଖୁଛୁ ଯେ, ଗତକିଛି ଦିନ ତଳେ ସୋଶାଲ ମିଡିଆରେ ସୋନମ ସେଲ୍ଫ କ୍ୱାରେଣ୍ଟାଇନରେ ଥିବା ସୂଚନା ଦେଇଥିଲେ। କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ସେ ନିଜକୁ 14 ଦିନ ହେଲା ଅନ୍ୟମାନଙ୍କଠାରୁ ଦୂରରେ ରଖିଛନ୍ତି। ତେବେ ଗତକାଲି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ୱାନ କ୍ରମେ ‘ଜନତା କର୍ଫ୍ୟୁ’ରେ ସାମିଲ ହୋଇ ସନ୍ଧ୍ୟା 5ଟା ବେଳେ ତାଳି ମାରିଥିଲେ। ଅନ୍ୟପଟେ ସୋନମ ସୁଜୟ ଘୋଷଙ୍କ ଅପକମିଂ ଫିଲ୍ମ ‘ବ୍ଲାଇଣ୍ଡ୍’ରେ ନଜରକୁ ଆସିବେ ବୋଲି ଜଣାପଡ଼ିଛି।
[ad_2]






