ସତ୍ୟଶିଖା( ନୂଆଦିଲ୍ଲୀ )୦୯ .୦୭ . ୨୦୨୨: କୋଭିଡ କାରଣରୁ ଦୁଇବର୍ଷ ଧରି ସମସ୍ୟାର ସମ୍ମୁଖୀନ ହେଉଥିବା ବିମାନ ଚଳାଚଳ ଶିଳ୍ପ ପୁନରୁଦ୍ଧାର ହେଉଛି । ଅନ୍ତର୍ଜାତୀୟ ଭ୍ରମଣ ଉପରେ ପ୍ରତିବନ୍ଧକ ହଟାଯିବାର ତିନିମାସ ମଧ୍ୟରେ ଯାତ୍ରୀଙ୍କ ସଂଖ୍ୟା ପୂର୍ବ-କୋଭିଡ ସ୍ତରର ୭୯% ରେ ପହଞ୍ଚିଛି । ଘରୋଇ ଯାତ୍ରୀଙ୍କ ସଂଖ୍ୟା ମଧ୍ୟ ପୂର୍ବ-କୋଭିଡର ୯୧% ସହିତ ପଞ୍ଜିକୃତ ହୋଇଛି ।ଚଳିତ ବର୍ଷ ବିମାନ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି । ମାର୍ଚ୍ଚ ୨୦୨୦ରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇବା ପରେ କେନ୍ଦ୍ର ସରକାର ୨୭ ମାର୍ଚ୍ଚ ୨୦୨୨ରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ଥିବା ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି ।
ଏହା ପରେ କ୍ରମାଗତ ଭାବରେ ଅନ୍ତର୍ଜାତୀୟ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଜୁନ୍ ମାସରେ ୪୪ଲକ୍ଷ ଯାତ୍ରୀ ଅନ୍ତର୍ଜାତୀୟ ବିମାନ ଯାତ୍ରା କରିଥିଲେ, ଯାହା ମେ ମାସ ତୁଳନାରେ ୮ ପ୍ରତିଶତ ବୃଦ୍ଧି ପାଇଛି (୪୦.୭୫ ଲକ୍ଷ ଯାତ୍ରୀ) । କ୍ରେଡିଟ୍ ରେଟିଂ ଏଜେନ୍ସି ଆଇକ୍ରାଦ୍ୱାରା ଗୁରୁବାର ପ୍ରକାଶିତ ଏକ ରିପୋର୍ଟରୁ ଏହି ସୂଚନା ମିଳିଛି । ତେବେ ଜୁନ୍ ମାସରେ ଘରୋଇ ଯାତ୍ରୀଙ୍କ ସଂଖ୍ୟା ୨.୧୧ କୋଟିକୁ ହ୍ରାସ ପାଇଛି । ଏହା ପ୍ରି-କୋଭିଡର ୯୧% ସହିତ ସମାନ । ଏପ୍ରିଲ୍-ମେ ମାସରେ ଘରୋଇ ଯାତ୍ରୀଙ୍କ ସଂଖ୍ୟା ପ୍ରି-କୋଭିଡ୍ର ୯୮%ରେ ପହଞ୍ଚିଥିଲା ।ଇକ୍ରା ଅନୁଯାୟୀ ଗ୍ରୀଷ୍ମ ଛୁଟି ଶେଷ ହେବା ଏବଂ ବିଦ୍ୟାଳୟ ଖୋଲିବା କାରଣରୁ ଘରୋଇ ଯାତ୍ରୀ ହ୍ରାସ ପାଇଛି । ଯେଉଁ କାରଣରୁ ଘରୋଇ ପର୍ଯ୍ୟଟନ ହ୍ରାସ ପାଉଛି ।ଇକ୍ରା ଆକଳନ କରିଛି ଯେ ଏହା ସତ୍ତ୍ୱେ ଚଳିତ ଆର୍ôଥକ ବର୍ଷରେ ଘରୋଇ ବିମାନ ଯାତ୍ରୀଙ୍କ ସଂଖ୍ୟା ପ୍ରି-କୋଭିଡ୍ ଅତିକ୍ରମ କରିବ ।