ଭୁବନେଶ୍ୱରକୁ ପଛରେ ପକାଇଲା ଯାଜପୁର, ଆକ୍ରାନ୍ତଙ୍କ ସଂଖ୍ୟା ୪୮ ଛୁଇଁଲା


ଭୁବନେଶ୍ୱର(ସତ୍ୟଶିଖା): ଆଉ ଜଣେ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତାଙ୍କ ଘର ଯାଜପୁର ଜିଲ୍ଲା ବରୀ ବ୍ଲକ ଅଞ୍ଚଳ। ସେ ଜଣେ ପୁରୁଷ ଓ ବୟସ ୬୨ ବର୍ଷ। ତାଙ୍କର କୋଲକାତା ଲିଙ୍କ ରହିଛି। ଏମାନଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୭ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି। ଆକ୍ରାନ୍ତଙ୍କ ଭିତରେ କେବଳ ଯାଜପୁର ଜିଲ୍ଲାରେ ୪୮ ଜଣ ଅଛନ୍ତି।
ଆଜି ସକାଳେ ଯାଜପୁର ଜିଲ୍ଲାରେ ୭ ଜଣ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଅପରାହ୍ନରେ ଆଉ ଜଣେ ଚିହ୍ନଟ ହୋଇଛନ୍ତି। ଏବେ ସମସ୍ତଙ୍କୁ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସା କରାଯାଉଛି। ଅପରାହ୍ନରେ ଚିହ୍ନଟ ହୋଥିବା ରୋଗୀଙ୍କଠାରେ ‘କରୋନା’ ଲକ୍ଷଣ ନଥିଲା। ତେବେ ରକ୍ତ ଓ ସ୍ୱାବ ପରୀକ୍ଷାରୁ ‘କରୋନା’ରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ଏହାକୁ ମିଶାଇ ଜିଲ୍ଲାରେ ୪୮ ଜଣ କରୋନାରେ ଆକ୍ରାନ୍ତ ହୋଇନ୍ତି। ଏବେ ଯାଜପୁର ଜିଲ୍ଲା ରେଡ୍ ଜୋନ୍ରେ ରହିଛି।
ଆହୁରି ପଢ଼ନ୍ତୁ
3rd Health Update, 2nd May
One New Positive in Jajpur
62 yr Male, Bari block
(Kolkata returnee. Asymptomatic. Remained in quarantine)
Contact tracing and follow-up action is being done.
Total Positive Case: 157
— I & PR Department, Odisha (@IPR_Odisha) May 2, 2020
ଆଜି ସୁଦ୍ଧା ରାଜ୍ୟରେ ‘କରୋନା’ରେ ୧୫୭ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୦୦ ଜଣ ବିଭିନ୍ନ କୋଭିଡ୍ ମେଡିକାଲ୍ରେ ଚିକିତ୍ସିତ ହେଉଛନ୍ତି। ଏହାଛଡ଼ା ଅନେକ କ୍ୱାରେଣ୍ଟାଇନରେ ରହିଛନ୍ତି।
[ad_2]