ଭାରତରେ ଜାନୁଆରୀ-ଫେବୃଆରୀରେ ବ୍ୟାପିପାରେ ଓମିକ୍ରନ୍ ସଂକ୍ରମଣ, ହେଲେ କମ୍ ରହିବ ପ୍ରଭାବ

ସତ୍ୟଶିଖା (ନୂଆଦିଲ୍ଲୀ) ୧୫.୧୨.୨୦୨୧: ଭାରତରେ ଆସନ୍ତା ଜାନୁଆରୀ ଓ ଫେବୃଆରୀରେ ଓମିକ୍ରନ ସକ୍ରମଣ ବ୍ୟାପିଯାଇପାରେ । ଏଭଳି ଆଶଙ୍କା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ । ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଜାନୁଆରୀ ଓ ଫେବୃଆରୀରେ ଏହି ସଂକ୍ରମଣ ହଠାତ ବୃଦ୍ଧି ପାଇପାରେ । ଯେଉଁ ଗତିରେ ଡେଲଟା ଭୂତାଣୁ ବ୍ୟାପିଥିଲା, ଓମିକ୍ରନ ତାଠାରୁ ଅଧିକ ବେଗରେ ବ୍ୟାପିପାରେ ବୋଲି ଆକଳନ କରାଯାଉଛି ।

କେତେକ ମଡେଲ ଅନୁଧ୍ୟାନ ପରେ ଏଭଳି ଆଶଙ୍କା କରାଯାଉଛି ବୋଲି ସେହି ଅଧିକାରୀ ମାନେ କହିଛନ୍ତି ।ତେବେ ଏହି ସଂକ୍ରମଣ ସାଂଘାତିକ ନ ହୋଇ ସାମାନ୍ୟ ହେବ ବୋଲି ସେମାନେ ଆକଳନ କରିଛନ୍ତି । ସେମାନେ ଆହୁରି ମଧ୍ୟ କହିଛନ୍ତି- ଏହି ପରିସ୍ଥିତି ଏଂଡେମିକ ପର୍ଯ୍ୟାୟକୁ ନେଇପାରେ । ଅର୍ଥାତ ମହାମାରୀ ଶେଷ ପର୍ଯ୍ୟାୟରେ ପ୍ରବେଶ କରିପାରେ । ତେବେ ଓମିକ୍ରନ ସଂକ୍ରମଣ ଜୋରରେ ହେବ କିନ୍ତୁ ପ୍ରଭାବ କମ ରହିବ । ଦିନକ ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଥିଲା ଓମିକ୍ରନ ଦୃତ ଗତିରେ ବ୍ୟାପିବାରେ ଲାଗିଛି ଓ ପୂର୍ବରୁ ଏଭଳି ଗତି ଦେଖାଯାଇନଥିଲା ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ।

ଯଦିଓ ଭାରତରେ ଏହି ସଂକ୍ରମଣ ସଂଖ୍ୟା ବେଶ୍ କମ୍ ରହିଛି । ଆମ ଦେଶରେ ଏଯାଏଁ ୬୪ ଜଣଙ୍କଠାରେ ଏହି ଭୂତାଣୁ ଚିହ୍ନଟ କରାଯାଇଛି । ଆସନ୍ତା ଜାନୁଆରୀ ଓ ଫେବୃଆରୀରେ ଦେଶରେ ଡେଲଟା ସଂକ୍ରମଣକୁ ଓମିକ୍ରନ ସଂକ୍ରମଣ ଟପିଯାଇପାରେ । ଏହି ଆକଳନରେ କେନ୍ଦ୍ରସରକାର ପ୍ରସ୍ତୁତ ହେଉଥିବା ସେମାନେ ସୂଚନା ଦେଇଛନ୍ତି । ଆଉ ଜଣେ ଅଧିକାର କହିଛନ୍ତି ଦ୍ରୁତ ପର୍ଯ୍ୟାୟରେ ସଂକ୍ରମଣ ବ୍ୟାପିବା ଓ କମ ମାରାତ୍ମକ ହେବା-ଏଭଲି ସ୍ଥିତି ଏଂଡେମିକ ପର୍ଯ୍ୟାୟକୁ ନେବାରେ ଅନୁକୂଳ ହେବ ।

Exit mobile version